ପଞ୍ଚମ ଟି-୨୦: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ରୋହିତଙ୍କୁ ବିଶ୍ରାମ, ପାଣ୍ଡ୍ୟା ନେଉଛନ୍ତି ଦଳର ନେତୃତ୍ଵ

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ୩-୧ରେ ସିରିଜ୍ ଜିତି ସାରିଛି। ଆଜିର ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ଵ ନେଉଛନ୍ତି। ରୋହିତ ଶର୍ମାଙ୍କ ସହିତ ଚାରି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଘରୋଇ ଦଳ ଓ୍ଵେଷ୍ଟଇଣ୍ଡିଜ ଏହି ମ୍ୟାଚ୍ ଜିତି ସିରିଜର ବ୍ୟବଧାନ କମାଇବାକୁ ଚେଷ୍ଟା କରିବ।

ପ୍ରଥମ ଥର ସିରିଜରେ ଚୂଡାନ୍ତ ଏକାଦଶରେ ଇଶାନ କିଷନ ଏବଂ କୁଲଦୀପ ଯାଦବଙ୍କୁ ସାମିଲ୍ କରାଯାଇଛି। ବିଶ୍ରାମ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଆଜିର ମ୍ୟାଚ୍‌ରେ ଦଳର ନେତୃତ୍ଵ ନେଉଛନ୍ତି। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଏବଂ ଭୁବନେଶ୍ଵର କୁମାରଙ୍କୁ ଶେଷ ମ୍ୟାଚରେ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଏବଂ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ୍ କରାଯାଇଛି। ଇଶାନ କିଷନ ଏବଂ ଶ୍ରେୟସ ଆୟର ଦଳ ପାଇଁ ଓପନିଂ କରି ପାରନ୍ତି। ଭାରତ ୩-୧ରେ ସିରିଜ୍ ଜିତି ସାରିଥିବା ବେଳେ ଆଜିର ମ୍ୟାଚ୍‌ରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି।

ଭାରତୀୟ ଦଳ

ଇଶାନ କିଷନ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଅଭେଶ ଖାନ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ।

ଓ୍ଵେଷ୍ଟଇଣ୍ଡିଜ

ସାମରା ବ୍ରୁକ୍ସ, ସିମରନ ହେଟମାୟର, ନିକୋଲାସ ପୂରନ(ଅଧିନାୟକ), ଡେଭନ ଥୋମାସ(ଓ୍ଵିକେଟ୍ କିପର), ଜାସନ ହୋଲଡର, ଅଡିନ ସ୍ମିଥ, କିମୋ ପଲ୍, ଡୋମିନିକ ଡ୍ରାକେସ୍, ଅବେଡ ମାକକୟ, ହେଡନ ଓ୍ଵାଲ୍ସ, ରୋଭମ୍ୟାନ ପାଓ୍ଵେଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.