ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

IND vs ENG: ପ୍ରଥମ ଟି-୨୦ରେ ଟସ୍ ଜିତି ଭାରତର  ବ୍ୟାଟିଂ ନିଷ୍ପତ୍ତି, ପଦାର୍ପଣ ମ୍ୟାଚ୍ ଖେଳିବେ ଏହି ଖେଳାଳି

7/07/2022 at 10:14 PM

ନୂଆଦିଲ୍ଲୀ ୦୭/୦୭:  ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ । ଏଜେସ ବାଉଲ ଗ୍ରାଉଣ୍ଡ୍‌ରେ ଆଜି ପ୍ରଥମ ମ୍ୟାଚ୍‌ ଖେଳାଯିବ। ଟେଷ୍ଟ ପରାଜୟର ପ୍ରତିଶୋଧ ନେବାକୁ ଯୁବ ଭାରତୀୟ ଦଳ ପ୍ରସ୍ତୁତ ରହିଛି । ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟି-୨୦ ଜରିଆରେ ଅର୍ଶଦୀପ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି। ଚୂଡାନ୍ତ ଏକାଦଶରେ ତାଙ୍କୁ ସାମିଲ୍ କରାଯାଇଛି।

ଦିନକ ତଳେ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି । ଫଳରେ ଆୟର୍ଲାଣ୍ଡ ଗସ୍ତରେ ଖେଳିଥିବା ଟି-ଟ୍ୱେଣ୍ଟି ଦଳର ସମସ୍ତ ସଦସ୍ୟ ପ୍ରଥମ ଟି-ଟ୍ୱେଣ୍ଟି ପାଇଁ ଉପସ୍ଥିତ ରହିବେ । ରୋହିତ ଏହି ମ୍ୟାଚ୍‌ର ନେତୃତ୍ୱ ନେଉଛନ୍ତି। ଏହି ସିରିଜ ଜରିଆରେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ ହେବ । ଦ୍ୱିତୀୟ ଓ ତୃତୀୟ ଟି-ଟ୍ୱେଣ୍ଟିରେ ବିରାଟ କୋହଲି, ଶ୍ରେୟାସ ଆୟର, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରା ଫେରିବେ । ସେହିପରି ଋତୁରାଜ ଗାଏକୱାଡ, ସଞ୍ଜୁ ସାମସନ, ଭେଙ୍କଟେଶ ଆୟର, ଅର୍ଶଦୀପ ସିଂହ ଓ ରାହୁଲ ତ୍ରିପାଠୀ ବାଦ ପଡ଼ିବେ ।

ଇୟନ ମୋର୍ଗାନ ନେତୃତ୍ୱ ଛାଡ଼ିବା ପରେ ଜୋସ ବଟଲରଙ୍କୁ ସୀମିତ ଓଭର ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ସମ୍ପ୍ରତି ବିସ୍ଫୋରକ ବ୍ୟାଟିଂକୁ ପ୍ରାଧାନ୍ୟ ଦେଉଥିବା ଇଂଲଣ୍ଡକୁ ହରାଇବା ଅତ୍ୟନ୍ତ କଷ୍ଟକର ହେବ । ବଟଲରଙ୍କ ବ୍ୟତୀତ ଲାଏମ ଲିଭିଙ୍ଗଷ୍ଟୋନ, ଡେଭିଡ୍ ମଲାନ, ଜାସନ ରୟ ଓ ମୋଇନ ଅଲିଙ୍କ ଭଳି ବିସ୍ଫୋରକ ବ୍ୟାଟର ଇଂଲଣ୍ଡ ଦଳରେ ରହିଛନ୍ତି । ବୋଲିଂ ବିଭାଗକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଅଧିକାଂଶ ବୋଲର ଆଇପିଏଲ୍‌ ଖେଳୁଛନ୍ତି। ତେଣୁ ଭାରତର ଯୁବ ବ୍ୟାଟରମାନେ ସେମାନଙ୍କ ବୋଲିଂ ସହ ବେଶ୍‌ ପରିଚିତ । ରୋହିତଙ୍କ ଉପରେ ନଜର ରହିବା ସ୍ୱାଭାବିକ । କରୋନା ସଂକ୍ରମଣ ଯୋଗୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିପାରି ନଥିଲେ । ତାଙ୍କ ବ୍ୟାଟ୍‌ରୁ ବଡ ସଟ୍‌ ଦେଖିବାକୁ ଦର୍ଶକ ଆଶା ରଖିବେ । ଯୁବ ଖେଳାଳିଙ୍କ ମଧ୍ୟରେ ଦୀପକ ହୁଡ଼ା ଚର୍ଚ୍ଚାରେ ରହିଛନ୍ତି । ଆୟର୍ଲାଣ୍ଡ ବିପକ୍ଷରେ ସେ ଶତକ ଅର୍ଜନ କରିଥିଲେ । ଏହି ଫର୍ମକୁ ଇଂଲଣ୍ଡ ବିପକ୍ଷରେ ଜାରି ରଖିବାକୁ ହୁଡ଼ା ପ୍ରୟାସ କରିବେ ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ଦୀପକ ହୁଡ଼ା, ଋତୁରାଜ ଗାଏକୱାଡ୍‌, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ, ହର୍ଷଲ ପଟେଲ,  ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, , ୟୁଜବେନ୍ଦ୍ର ଚହଲ।

ଇଂଲଣ୍ଡ ଦଳ: ଜୋସ ବଟଲର (ଅଧିନାୟକ/ଓ୍ଵିକେଟ୍ କିପର), ଜାସନ ରୟ, ଡେଭିଡ୍ ମଲାନ, ମୋଇନ ଅଲ୍ଲୀ, ଲିୟାମ ଲିଭିଙ୍ଗଷ୍ଟୋନ, ହେରି ବ୍ରୁକ, ସାମ କୁରନ, କ୍ରିସ ଜୋର୍ଡାନ, ଟାଇମଲ ମିଲ୍ସ, ରିସେ ଟପଲି, ମାଥ୍ୟୁ ପାର୍କିସନ।

   Related Posts