ପାକିସ୍ତାନ ହିନ୍ଦୁ ଡାକ୍ତରଙ୍କ ପାଇଁ ଭାରତର ଦ୍ୱାର ଖୋଲା: ପ୍ରାକ୍ଟିସ୍ ପାଇଁ ମିଳିବ ଅନୁମତି

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ହିନ୍ଦୁ ଡାକ୍ତରମାନଙ୍କ ପାଇଁ ଦ୍ୱାର ଖୋଲିଲା ଭାରତ। ଯେଉଁ ହିନ୍ଦୁ ଡାକ୍ତରମାନେ ୩୧ ଡିସେମ୍ବର ୨୦୧୪ ପର ଠାରୁ ଏଠାରେ ଆସି ପ୍ରାକ୍ଟିସ୍ କରୁଛନ୍ତି ସେମାନେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନ୍‌ଏମ୍‌ସି) ଆୟୋଜିତ ପରୀକ୍ଷାରେ ଆବେଦନ କରିପରିବେ। ଏହା ବାଦ ଆଧୁନିକ ଚିକିତ୍ସା ଓ ଏଲୋପାଥି ପ୍ରାକ୍ଟିସ୍ ପାଇଁ ଆବଶ୍ୟକ ଥିବା ସ୍ଥାୟୀ ରେଜିଷ୍ଟ୍ରେସନ ଅନୁଦାନ ପାଇଁ ଭାରତୀୟ ନାଗରିକତାର ପାଇଁ ମଧ୍ୟ ଆବେଦନ କରିପାରିବେ।

ଏନ୍‌ଏମସିର ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ବୋର୍ଡ (ୟୁଏମ୍‌ଇବି) ଦ୍ୱାରା ଶୁକ୍ରବାର ଜାରି ହୋଇଥିବା ସାର୍ବଜନିକ ନୋଟିସ୍ ଅନୁସାରେ, ଶର୍ଟିଲିଷ୍ଟ କରାଯାଇଥିବା ଆବେଦକଙ୍କୁ ଆୟୋଗ କିମ୍ବା ଏହା ଦ୍ୱାରା ଅଧିକୃତ ଏଜେନ୍ସି ଦ୍ୱାରା ଆୟୋଜିତ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ।

ଏନ୍‌ଏମ୍‌ସି ଜୁନ ମାସରେ ବିଶେଷଜ୍ଞଙ୍କର ଏକ କମିଟି ଗଠନ କରି ପ୍ରସ୍ତାବିତ ପରୀକ୍ଷା ପାଇଁ ନିୟମାବଳି ପ୍ରସ୍ତୁ କରିଥିଲା। ଏଥିରେ ପାକିସ୍ତାନରେ ଅଳ୍ପସଂଖ୍ୟକ ମଧ୍ୟରେ ମେଡିକାଲ ସ୍ନାତକଧାରୀଙ୍କୁ ଯୋଗ୍ୟ କରାଇବା ପାଇଁ ମଧ୍ୟ ପ୍ରୟାସ କରାଗଲା। ଏହାପରେ ପାକିସ୍ତାନୀ ହିନ୍ଦୁ ଡାକ୍ତରମାନେ ଏଠାରେ ପ୍ରାକ୍ଟିସ୍ କରିବା ପାଇଁ ସ୍ଥାୟୀ ଆବେଦନ କରିପାରିବେ।

ୟୁଏମ୍‌ଇବି ଅନୁସାରେ, ଏଥିପାଇଁ ପାର୍ଥୀଙ୍କ ପାଖରେ ବୈଧ ଚିକିତ୍ସା ଯୋଗ୍ୟତା ରହିବା ଦରକାର। ଭାରତରେ ପ୍ରବେଶ ପୂର୍ବରୁ ପାକିସ୍ତାନରେ ପ୍ରାକ୍ଟିସ୍ କରିଥିବା ଦରକାର। ଆବେଦନ ଜମା କରିବାର ଶେଷ ତାରିଖ ସେପ୍ଟେମ୍ବର ୫ ତାରିଖ ରଖାଯାଇଛି। ତେବେ ଏହି ପ୍ରକ୍ରିୟାରେ କେବଳ ଅନ୍‌ଲାଇନ୍‌ରେ ହେବ ଅଫଲାଇନକୁ ବନ୍ଦ କରିଦିଆଯାଇଛି। ଆବେଦନ ପରେ ସର୍ଟି ଲିଷ୍ଟେଡ୍‌ ପାର୍ଥୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଡାକ୍ତର ଭାରତରେ ପ୍ରାକ୍ଟିସ୍ କରିବା ପାଇଁ ସ୍ଥାୟୀ ରେଜିଷ୍ଟ୍ରେସନ୍ ଆବେଦନ କରିପାରିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.