ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଅର୍ଥନୀତିର ସୁଧାର ଯୋଗୁ ଚଳିତ ଆର୍ଥିକ ବର୍ଷରେ ଆସିପାରେ $୧୦୦ ବିଲିୟନ ଏଫ୍‌ଡିଆଇ; ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ

24/09/2022 at 9:53 PM

ନୂଆଦିଲ୍ଲୀ: ୨୦୪୭ ସୁଧା ଭାରତକୁ ବିକାଶଶୀଳ ନୁହେଁ ବିକଶତି ରାଷ୍ଟ୍ରରେ ପରିଣତ କରିବାକୁ ଲାଗିପଡ଼ିଛନ୍ତି ଭାରତ ସରକାର। ଏଥିପାଇଁ ଦେଶରେ ଅର୍ଥନୀତିକୁ ସୁଦୃଢ଼ କରିବାକୁ ବିଭିନ୍ନ ବାଣିଜ୍ୟିକ ନୀତିରେ କୋହଳ ସହିତ ଅଧିକ ବିଦେଶ ପୁଞ୍ଜି ନିବେଶକୁ ଗୁରୁତ୍ୱ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଦେଶରେ ୧୦୦ ବିଲିୟନ ବିଦେଶୀ ପୁଞ୍ଜି ସିଧାସଳଖ ନିବେଶ(ଏଫ୍‌ଡିଆଇ) ଲକ୍ଷ୍ୟ ରଖାଯାଇଛି।

ଅର୍ଥନୀତିରେ ସୁଧାର ଓ ବାଣିଜ୍ୟରେ ସହଜତା ନିୟମ କାରଣରୁ ଚଳିତ ଆର୍ଥିକ ବର୍ଷରେ ୧୦୦ ବିଲିୟନ ଆମେରିକୀୟ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ(FDI) ଆସିପାରେ ବୋଲି ଶନିବାର କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ୨୦୨୧-୨୨ରେ ଦେଶ ସର୍ବାଧିକ ୮୩.୬ ବିଲିୟନ ବିଦେଶୀ ନିବେଶ ପାଇଛି ବୋଲି ସରକାର କହିଛନ୍ତି।

ଏହି ସୂଚନା ଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ କହିଛି ” ୧୦୧ ଦେଶରୁ ଏହି ଏଫ୍‌ଡିଆଇ ଆସିଛି। ଦେଶରେ ୩୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ବିଭାଗରେ ଏହିସୁବ ପୁଞ୍ଜି ନିବେଶ କରାଯାଇଛି। ଏଇ କିଛି ବର୍ଷ ହେବ ଅର୍ଥନୀତିରେ ସୁଧାର ଓ ବ୍ୟାପାରରେ ସହଜତା କାରଣରୁ ଭାରତ ଚଳିତ ଆର୍ଥିକ ବର୍ଷରେ ଭାରତ ୧୦୦ ବିଲିୟ ଏଫ୍‌ଡିଆଇ ଆଣିବା ଲକ୍ଷ୍ୟରେ ରହିଛି।”

ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ସବୁଠାରୁ ସ୍ୱଚ୍ଛ ଓ ଉଦାର ଅର୍ଥନୈତିକ ନିୟମ ବନାଇଛନ୍ତି। ଯେଉଁଠାରେ ଅଧିକାଂଶ ଏଫ୍‌ଡିଆଇ ସ୍ୱଂୟଚାଳିତ ଭାବେ ନିବେଶ କରିପାରିବେ। ଏହି ସୁଧାରରେ ରହିଛି ଗାଇଡ୍‌ଲାଇନ୍‌ସରେ ଉଦାରବାଦୀ ନୀତି, ଅନାବଶ୍ୟକ କଡ଼ା ନିୟମର ଅନୁପାଳନକୁ କମାଇବା, ନିବେଶ ମୂଲ୍ୟ ହ୍ରାସ ଓ ଭାରତରେ ବ୍ୟାପାର ସହଜତା ବଢ଼ାଇବା ଆଦି ରହିଛି ବୋଲି ମନ୍ତ୍ରାଳୟ କହିଛି।

ସୂଚନା ଥାଉକି, ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଜୁନ ପିରିୟଡ୍‌ରେ ଏଫ୍‌ଡିଆଇ ୬ ପ୍ରତିଶତ ହ୍ରାସ ପାଇଁ ୧୬.୬ ବିଲିୟନ ଆମେରିକୀୟ ଡଲାର ହୋଇଥିଲା। ସେହିପରି ଖେଳନା ଶିଳ୍ପରେ ଭାରତ ଅଭିବୃଦ୍ଧିକୁ ନେଇ ସୂଚନା ଦେଇଛି ଶିଳ୍ପ ମନ୍ତ୍ରାଳୟ। ୨୦୨୧-୨୨ରେ ଖେଳନା ଆମଦାନୀ ୭୦ ପ୍ରତିଶତ ହ୍ରାସ ପାଇ ୧୧୦ ମିଲିୟନ ଆମେରିକୀୟ ଡଲାର(୮୭୭.୮ କୋଟି) ହୋଇଛି। ସେହିପରି ରପ୍ତାନୀ ୬୧ ପ୍ରତିଶତ ବୃଦ୍ଧି ହୋଇ ୩୨୬ ମିଲିୟନ ଆମେରିକୀୟ ଡଲାର ହୋଇଛି ବୋଲି ମନ୍ତ୍ରାଳୟ ସୂଚନା ଦେଇଛି।

   Related Posts