ପିଏମ୍ ମୋଦୀଙ୍କ ବିରୋଧରେ ପାକିସ୍ତାନ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ପାକ୍ ମନ୍ତ୍ରୀ ଅସଭ୍ୟ ଟିପ୍ପଣୀ ଦେଇଛନ୍ତି ବୋଲି କହିଲା ଭାରତ
16/12/2022 at 5:02 PM

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଭାରତରେ ହଙ୍ଗାମା ଆରମ୍ଭ ହୋଇଯାଇଛି। ଦିଲ୍ଲୀ ବିଜେପି କର୍ମୀମାନେ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ସେମାନଙ୍କୁ ରୋକିବା ଆରମ୍ଭ କରିଥିବା ବେଳେ କିଛି ବିଜେପି କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଛି।
ଏପଟେ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗ୍ଚୀ ଏନେଇ ଏକ ବିବୃତ୍ତି ଜାରି କରି ପାକିସ୍ତାନ ମନ୍ତ୍ରୀଙ୍କୁ ସମାଲୋଚନା କରିବ ସହିତ ଏହା ଏକ ଅସଭ୍ୟ ଆଚରଣ ବୋଲି କହିଛନ୍ତି।
ଆଜି ଜାତିସଂଘ ବୈଠକରେ ଭାରତକୁ ଉତ୍ତର ଦେଇ ପାକିସ୍ତାନ ବିଦେଶ ମନ୍ତ୍ରୀ ଭୁଟ୍ଟୋ ଏପରି ବିବାଦୀୟ ଟିପ୍ପଣୀ କରିଥିଲେ। ଏହାର ଉତ୍ତର ଦେଇ ଭାରତ କହିଛି “ଏଭଳି ମନ୍ତବ୍ୟ ପାକିସ୍ତାନ ନିମ୍ନମାନସିକାତର ଏକ ନୂଆ ପରିଚୟ। ବୋଧହୁଏ ପାକିସ୍ତାନ ବୈଦେଶିକ ମନ୍ତ୍ର ୧୯୭୧ର ଏହି ଦିନକୁ ଭୁଲିଗଲେ ଯେଉଁଦିନ ପାକିସ୍ତାନ ଶାସକମାନେ ସିଧାସଳକ ବେଙ୍ଗଲୀ ଓ ହିନ୍ଦୁମାନଙ୍କର ଗଣହତ୍ୟା କରିଥିଲେ। ଦୁର୍ଭାଗ୍ୟ ବଶତଃ ଏମିତି ଲାଗୁଛି ଯେ ପାକିସ୍ତାନ ତାର ସଂଖ୍ୟା ଲଘୁଙ୍କ ପାଇଁ ତାର ବ୍ୟବାହରରେ ସେତେଟା ପରିବର୍ତ୍ତନ କରିପାରିଲା ନାହିଁ। ତେଣୁ ଭାରତ ଉପରେ ଅଭିଯୋଗ ଲଗାଇବା ପାଇଁ ତା ପାଖରେ ପ୍ରମାଣର ଅଭାବ ରହିଛି।”
ଏମ୍ଇଏ ଆହୁରି କହିଛି “ନିକଟରେ ହୋଇଥିବା ସମସ୍ତ କାର୍ଯ୍ୟକ୍ରମରେ ଆତଙ୍କବାଦର ମୁକାବିଲା ପ୍ରମୁଖ୍ୟ ବୈଶ୍ୱିକ ଲକ୍ଷ୍ୟ ରହିଛି। ଆଉ ଆତଙ୍କବାଦ ପ୍ରୋତ୍ସାହନ, ଶରଣ ଦେବା, ସକ୍ରିୟ ଭାବେ ଫାଣ୍ଠିଯୋଗାଇବା ଓ ଆତଙ୍କବାଦୀ ସଂଗଠନକୁ ସ୍କାନରରେ ରଖିବା ଦିଗରେ ପାକିସ୍ତାନର ଭୂମିକା ଅନସ୍ୱୀକାର୍ଯ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଏଭଳି ଅସଭ୍ୟ ଟିପ୍ପଣୀ ପାକିସ୍ତାନର ଆତଙ୍କବାଦୀ ଓ ମୁଖିଆଙ୍କୁ ରୋକିବାରେ ଏହାର ଅକ୍ଷମତା ଦର୍ଶାଉଛି।”
ସେହିପରି ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ପ୍ରଭାବିତ ସହର ନ୍ୟୁ ୟର୍କ, ମୁମ୍ବାଇ, ପୁଲୱାମା, ପଠାନକୋଟ ଏବଂ ଲଣ୍ଡନ ଭଳି ସହର କଥା କହି ଏମ୍ଇଏ କହିଛି “ ଏଭଳି ହିଂସା ସେମାନଙ୍କର ଖାସ୍ ଆତଙ୍କବାଦୀ ଜୋନ୍ରେ ଦେଖାଯାଇଛି। ସେମାନେ ବିଶ୍ୱର ସବୁ ସ୍ଥାନକୁ ଆତଙ୍କବାଦୀ ରପ୍ତାନୀ କରିଛନ୍ତି। ମେକ୍ ଇନ୍ ପାକିସ୍ତାନ ଆତଙ୍କବାଦୀକୁ ରୋକିବାକୁ ହେବ। ”
ସେହିପରି ଲାଡେନକୁ ସହିଦ ବୋଲି ଦର୍ଶାଇଥିବା କଥା କହି ପାକିସ୍ତାନକୁ ଆଇନା ଦେଖାଇଛି ଭାରତ। ଏନେଇ ଏମ୍ଇଏ କହିଛି “ପାକିସ୍ତାନ ସେହି ଦେଶ ଯିଏ ଲାଡେନକୁ ବି ସହିଦ କହିଥିଲା। ଏବଂ ଲକବୀ, ହାପିଜ୍ ସୟୀଦ, ମସୁଦ ଅଜହର, ସାଜିଦ ମୀର ଏବଂ ଦାଉଦ ଇବ୍ରାହିମ୍ ଭଳି ଆତଙ୍କବାଦକୁ ସରଣ ଦେଇଛି। ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ଦେଶରେ ୧୨୬ ଜାତିସଂଘ ଘୋଷିତା ଆତଙ୍କବାଦୀ ଓ ୨୭ ଜାତିସଂଘ ଘୋଷିତ ଆତଙ୍କୀ ସଂଗଠନ ନାହିଁ।”
ଅରିନ୍ଦମ ବାଗ୍ଚୀଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଆହୁରି କୁହାଯାଇଛି “ଆମେ ଚାହୁଁଛି ଯେ ପାକିସ୍ତାନ ଅର୍ଥମନ୍ତ୍ରୀ କାଲି ଜାତିସଂଘ ସରୁକ୍ଷା ପରିଷଦର ମୁମ୍ବାଇର ଏକ ନର୍ସ ଶୁଶ୍ରୀ ଅଞ୍ଜଳୀ କୁଲଥେଙ୍କ ସାକ୍ଷୀକୁ ଟିକେ ଗୁରୁତର ସହ ଶୁଣିଥାନ୍ତେ। ଯିଏ ପାକିସ୍ତାନ ଅଜମଲ କସାବର ଗୁଳିରେ ୨୦ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିଲେ।”
ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ହାତାସା ତାଙ୍କ ଦେଶରେ ଆତଙ୍କୀ ଉଦ୍ୟୋଗର ମାଷ୍ଟରମାଇଣ୍ଡ ପ୍ରତି ଅନୁକୁଳ ହେବ। ଯିଏ ଆତଙ୍କବାଦକୁ ତାଙ୍କ ଦେଶର ନୀତି ଭାବେ ପ୍ରସ୍ତୁତ କରୁଛି। ପାକିସ୍ତାନ ନିଜର ମାନସିକତା ପରିବର୍ତ୍ତନ କରିବାର ଆବଶ୍ୟକ ଅଛି।
ସୂଚନା ଥାଉକି ଜାତିସଂଘରେ ଭାରତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓସାମା ବିନ୍ ଲାଡେନକୁ ନେଇ ପାକିସ୍ତାନକୁ ସମାଲୋଚନା କରିଥିଲେ। ପାକିସ୍ତାନରେ ହିଂ ଲାଡେନକୁ ମରାଯାଇଥିଲା ବୋଲି କହିଥିଲେ। ଏହାର ଉତ୍ତର ରଖି ଭୁଟ୍ଟୋ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ।
ସେ କହିଥିଲେ “ ମୁଁ ଭାରତକୁ କହିବାକୁ ଚାହୁଁଛି ଯେ ଓସାମା ବିନ୍ ଲାଡେନ ମରିସାରିଛି। କିନ୍ତୁ ଗୁଜୁରାଟର କଂସେଇ ଏବେ ବି ଜୀବିତ ଅଛି। ଏବଂ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ।। ସେ(ମୋଦୀ) ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଏହି ଦେଶରେ ପ୍ରବେଶ ବାରଣ କରାଯାଇଥିଲା। ଇଏ ଆର୍ଏସ୍ଏସ୍ର ପ୍ରଧାନମନ୍ତ୍ରୀ ଓ ଆର୍ଏସ୍ଏସ୍ର ବିଦେଶ ମନ୍ତ୍ରୀ। ଆର୍ଏସ୍ଏସ୍ କଣ ? ଆର୍ଏସ୍ଏସ୍ ହିଟ୍ଲରଙ୍କ ଠାରୁ ପ୍ରେରଣା ନେଇଛି।”