ଗାଜା ଗଣହତ୍ୟା ମାମଲାରେ ଦୁଃଖ ପ୍ରକାଶ କଲା ଭାରତ: ହେଲେ ଇସ୍ରାଏଲ୍ ନାଁ ଉଠାଇଲା ନାହିଁ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ଗୁରୁବାର ଗାଜାରେ ହୋଇଥିବା ଗଣହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛି ଭାରତ। ଏନେଇ ଶୁକ୍ରବାର(୧ ଫେବ୍ରୁଆରୀ) ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।  

ମନ୍ତ୍ରଣାଳୟ କହିଛି  “ ଗତକାଲି ମାନବୀୟ ସହାୟତା ପଠାଯାଉଥିବା ବେଳେ ଉତ୍ତରଗାଜାରେ ଲୋକଙ୍କର ମୃତ୍ୟୁରେ ଆମେ ଗଭୀର ମର୍ମାହତ। ସାଧାରଣ ନାଗରିଙ୍କର ଏଭଳି ଜୀବନହାନୀ ଓ ଗାଜାରେ ସୃଷ୍ଟି ହୋଇଥିବା ବ୍ୟାପକ ମାନବିକ ସଂକଟ ଅତ୍ୟଧିକ ଚିନ୍ତାର ବିଷୟ।”

ଏଥିସହିତ ଗାଜାରେ ଲୋକଙ୍କୁ ଠିକ୍ ସମୟରେ ମାନବିକ ସହାୟତା ପଠାଇବା ପାଇଁ ମଧ୍ୟ ଭାରତ ନିବେଦନ କରିଛି। ହେଲେ ଭାରତ ବିବୃତ୍ତିରେ ଇସ୍ରାଏଲ୍ ସମ୍ପର୍କରେ କୌଣସି କଥା କୁହାଯାଇ ନାହିଁ।

ପଢ଼ନ୍ତୁ-ରିଲିଫ ସାମଗ୍ରୀ ପାଇଁ ଏକାଠି ହୋଇଥିବା ଯୁଦ୍ଧ ବିପନ୍ନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଲା ଇସ୍ରାଏଲ୍ ! ୧୦୪ ମୃତ୍ୟୁ

ବିଦେଶ ମିଡିଆ ରିପୋର୍ଟ ଅନୁସାରେ, ଗୁରୁବାର ଗାଜାରେ ମାନବୀୟ ସହାୟତା ପଠାଯାଉଥିବା ସମୟରେ ଇସ୍ରାଏଲ୍ ଭୋକ ବିପନ୍ନଙ୍କ ଉପରେ ଅଖିବୁଜା ଗୁଳି ଚଳାଇଥିଲା। ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ। ଯାହାକୁ ନେଇ ସାରା ବିଶ୍ୱର ଚିନ୍ତା ବ୍ୟକ୍ତ କରିଥିଲା।  

୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ୍ ଉପରେ ଆକ୍ରମଣ କରି୧୨ ଲୋକଙ୍କୁ ହତ୍ୟା କରିଥିଲା। ୨୨୦ ଜଣଙ୍କୁ ଅପହରଣ କରିନେଇଥିଲା। ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ନରସଂହାର ଜାରି ରଖିଛି। ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୨୯ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି ବୋଲି ହମାସ ପ୍ରଶାସନ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.