ସୁନା ରିସାଇକ୍ଲିଂ କରିବାରେ ବିଶ୍ୱର ଚତୁର୍ଥ ବଡ଼ ଦେଶ ଭାରତ, କ୍ଷମତା ୧,୮୦୦ ଟନ
22/06/2022 at 7:22 PM

ନୂଆଦିଲ୍ଲୀ: ସୁନାର ପୁନଃ ବ୍ୟବହାର (ରିସାଇକ୍ଲିଂ) କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଛି । ବିଶ୍ୱ ସୁନା ପରିଷଦ (ଡବ୍ଲୁଜିସି) ନିକଟରେ ଜାରି କରିଥିବା ରିପୋର୍ଟ ଅନୁସାରେ ୨୦୨୧ରେ ଭାରତ ବିଶ୍ୱରେ ସୁନାର ମୋଟ ରିସାଇକ୍ଲିଂର ୬.୫ ପ୍ରତଶତ ଅର୍ଥାତ ୭୫ ଟନ ସୁନା ରିସାଇକ୍ଲିଂ କରିଥିଲା। ରିପୋର୍ଟରେ କୁହାଯାଇଛି, ଗତ ପାଞ୍ଚ ବର୍ଷରେ ଭାରତରେ ମୋଟ ସୁନା ଯୋଗାଣର ୧୧ ପ୍ରତିଶତ ପୁରୁଣା ସୁନାରୁ ହେଉଛି।
ସୁନାର ରିସାଇକ୍ଲିଂ ଏହାର ମୂଲ୍ୟରେ ବୃଦ୍ଧି-ହ୍ରାସ, ବର୍ତ୍ତମାନ ଏବଂ ଭବିଷ୍ୟତର ଅନୁମାନ ଏବଂ ଆର୍ଥିକ ସ୍ଥିତି ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। ଡବ୍ଲୁଜିସିର ରିପୋର୍ଟରେ କୁହାଯାଇଛି, ଯେତେବେଳେ ସୁନାର ମୂଲ୍ୟ ବୃଦ୍ଧି ହୁଏ, ଲୋକେ ନିଜର ସୁନା ବିକ୍ରି କରନ୍ତି । ମୂଲ୍ୟ ବୃଦ୍ଧିର ଲାଭ ଉଠାଇବାକୁ ଚାହାନ୍ତି କିମ୍ୱା ନୂଆ ଅଳଙ୍କାର ଉପରେ ଖର୍ଚ୍ଚ କରିବାକୁ ଚାହାନ୍ତି ନାହିଁ।
ମେଟଲ ଫୋକସ ଫଣ୍ଡର ଅଧ୍ୟୟନ ଅନୁସାରେ ଯେତେବେଳେ ସୁନାର ମୂଲ୍ୟର ବୃଦ୍ଧି ହୁଏ ସେତେବେଳେ ପୁରୁଣା ଅଳଙ୍କାର ପରିବର୍ତ୍ତିନ ସଂଖ୍ୟା ବଢିଥାଏ। ସେହିପରି ଯେତେବେଳେ ଅର୍ଥ ବ୍ୟବସ୍ଥା ଚାପରେ ଥାଏ, ସେତେବେଳେ ଆବଶ୍ୟକତା ପୂରଣ କରିବା ପାଇଁ ସୁନା ବିକ୍ରି କରିଥାନ୍ତି।
ସଂକ୍ଷେପରେ କହିବାକୁ ଗଲେ, ଯେତେବେଳେ ସୁନାର ମୂଲ୍ୟରେ ୧ ପ୍ରତିଶତ ବୃଦ୍ଧି ହୋଇଥାଏ ସେତେବେଳେ ରିସାଇକ୍ଲିଂ ୦.୬ ପ୍ରତିଶତ ବୃଦ୍ଧି ହୁଏ। ଡବ୍ଲୁଜିସି ଅନୁସାରେ, ‘ଯଦି ଆଳଙ୍କାର ଚାହିଦାରେ ୧ ପ୍ରତିଶତ ବୃଦ୍ଧି ହୁଏ ତେବେ ରିସାଇକ୍ଲିଂ ୦.୧ ପ୍ରତିଶତ କମ ହୋଇଥାଏ’।
ଗତ କିଛି ବର୍ଷରେ ଭାରତର ସୁନା ରିସାଇକ୍ଲିଂ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ୨୦୧୩ରେ ଏହା ୩୦୦ ଟନ ଥିଲା ଯାହା ୨୦୨୧ରେ ବୃଦ୍ଧି ପାଇ ୧୮୦୦ ଟନ ହୋଇଛି। ୨୦୧୩ ମସିହାରେ ଗ୍ରହଣ କରାଯାଇଥିବା ଅନ୍ତର୍ଭକ୍ତି ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ଅନୁସାରେ ରିଫାଇଣ୍ଡ ଗୋଲ୍ଡ ବୁଲିୟନ ଏବଂ ଡୋର ମଧ୍ୟର ଶୁଳ୍କକୁ ହ୍ରାସ ପାଇଁ ନୂଆ ନୀତି ଆଣାଯାଇଥିଲା।
ବିଶ୍ୱ ସୁନା ପିରଷଦରେ ଭାରତର ଆଞ୍ଚଳିକ ସିଇଓ ସୋମସୁନ୍ଦରମ ପିଆରଙ୍କ ଅନୁସାରେ, ଭାରତରେ ପ୍ରତିଯୋଗୀ ରିଫାଇନିଂ କେନ୍ଦ୍ର ହେବାର କ୍ଷମତା ରହିଛି । ଭବିଷ୍ୟତର ବୁଲିୟନ ବଜାରରେ ସୁଧାରକୁ ପ୍ରୋତ୍ସାହନ ଦିଆଗଲେ ଏହା ସମ୍ଭବ ହୋଇପାରିବ।