ସିଲିକନ ଭ୍ୟାଲି ନୁହେଁ ଭାରତ ହୋଇଛି ଦୁନିଆର ଷ୍ଟାର୍ଟଅପ୍ ହବ୍, କେନ୍ଦ୍ରମନ୍ତ୍ରୀ ଦେଲେ ତଥ୍ୟ

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଳୀ, ୧୪/୧୨: ଭାରତ ଏବେ ଦୁନିଆର ଷ୍ଟାର୍ଟଅପ୍ ହବ୍ ହୋଇଛି। ଦେଶରେ ଷ୍ଟାର୍ଟଅପ୍‌ ସଫଳତା ହାର ଦୁନିଆର କୌଣସି ଦେଶ ତୁଳନାରେ ସବୁଠୁ ଭଲ। ଏହି କାରଣରୁ ଦେଶରେ ଲଗାତାର ଷ୍ଟାର୍ଟଅପ୍‌ରେ ବୃଦ୍ଧି ଦେଖିବାକୁ ମିଳିଛି। ଏହାର ପ୍ରମାଣ ହେଉଛି ଦେଶ​‌ରେ ଷ୍ଟାର୍ଟଅପ୍ ସଂଖ୍ୟା ୭ ବର୍ଷରେ ୧୮୬ ଗୁଣା ବୃଦ୍ଧି ହୋଇଛି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଏହି ସଂଖ୍ୟାକୁ ପୁଣି ଥରେ ଦୋହରାଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦୁନିଆର ଅନ୍ୟ ଭାଗ ତୁଳନାରେ ଭାରତରେ ଷ୍ଟାର୍ଟଅପ୍ ସଫଳତା ସବୁଠୁ ଅଧିକ ରହିଛି।

ବୁଧବାର ଲୋକସଭାରେ ପୀୟୁଷ ଗୋଏଲ କହିଛନ୍ତି ଯେ, ଭାରତରେ ଷ୍ଟାର୍ଟଅପ୍ ସଫଳତା ଅନ୍ୟ ଦେଶ ତୁଳନାରେ ସବୁଠୁ ଅଧିକ ରହିଛି। ପ୍ରଶ୍ନକାଳ ସମୟରେ ଗୋଏଲ କହିଥିଲେ ନଭେମ୍ବର ଶେଷ ସୁଦ୍ଧା ୮୪,୦୧୨ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ରହିଥିଲେ। ଯାହାକି ଅନ୍ୟ ଦେଶ ତୁଳନାରେ ସବୁଠୁ ଅଧିକ। ସେ କହିଥିଲେ କେନ୍ଦ୍ର ସରକାର ଷ୍ଟାର୍ଟଅପ୍କୁ ଉତ୍ସାହିତ କରିବା ପାଇଁ ୧୬ ଜାନୁଆରୀ ୨୦୧୬ ରେ ଷ୍ଟାର୍ଟଅପ୍ ଇଣ୍ଡିଆ ଆରମ୍ଭ କରିଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ୍ ସ୍କିମ୍‌କୁ ୨୦୨୧-୨୨ ଚାରି ବର୍ଷ ପାଇଁ ମଞ୍ଜୁରୀ ମିଳିଛି। ଏଥିରେ ୯୪୫ କୋଟି ଟଙ୍କାର ଫଣ୍ଡ୍ ସହ ଲାଗୁ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.