ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଟିମ୍ ଇଣ୍ଡିଆ ସାମ୍ନାରେ ୧୭୭ ରନ୍ର ଟାର୍ଗେଟ୍
27/01/2023 at 8:59 PM

ରାଞ୍ଚି: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20 । ଭାରତ ସାମ୍ନାରେ ୧୭୭ ରନ୍ ଲକ୍ଷ୍ୟ। ନିର୍ଦ୍ଧରିତ ୨୦ ଓଭରରେ କିକ୍ବି ଦଳ ୬ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୩୦ ବଳରେ ସର୍ବାଧିକ ୫୯ ରନ୍ କରି ଅପରାଜିତ ରହିଥିଲେ। ଏଥିସହିତ ଡିଭନ୍ କନୱେ ୩୫ ବଲରେ ୫୨ ରନର ଇନିଂସ ଖେଳିଥିଲେ। ୱାଶିଂଟନ୍ ସୁନ୍ଦର ଭାରତରୁ ସର୍ବାଧିକ ଦୁଇଟି ୱିକେଟ୍ ନେଇଛନ୍ତି । ସେହିପରି ଅର୍ଶଦୀପ, କୁଲଦୀପ ଏବଂ ଶିବମ ମାବି ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।