Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ନଭେମ୍ବରରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ : ଖେଳିବ ଟି୨୦ ଓ ଦିନିକିଆ ସିରିଜ୍

28/06/2022 at 12:52 PM

ନୂଆଦିଲ୍ଲୀ, ୨୮/୦୬:  କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଭାରତୀୟ ଟିମ୍ ପାଇଁ ଆସନ୍ତା ୫ରୁ ୬ ମାସ ମ୍ୟାଚରେ ଭରପୁର ରହିବ । କିଛି ଦିନ ପରେ ଦଳ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳିବା ଆରମ୍ଭ କରିଦେବ । ଏହାପରେ  ଏସିଆ କପ୍ ଓ ଟି୨୦ ବିଶ୍ୱକପ୍ ରହିଛି । ତେବେ  ଏତିକିରେ ଟୁର୍ଣ୍ଣାମେଣ୍ଟ୍ ଅଟକିବ ନାହିଁ ।

ଭାରତ ଟି୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହାର ଖେଳସୂଚୀ ମଧ୍ୟ ଜାରି କରାଯାଇଛି । ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ, ତିନି ଟି୨୦ ଖେଳିବ । ଏହା ନଭେମ୍ବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୩୦ ଯାଏଁ ଚାଲିବ । କାରଣ ଟି୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଖେଳାଯିବ ଓ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆଠୁ ବେଶି ଦୂର ନୁହେଁ । ଏହାଦ୍ୱାରା ଦଳ ପୁରା ମିଶନ୍ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ ।

ନ୍ୟୁଜିଲାଣ୍ଡ ବନାମ ଭାରତ

ନଭେମ୍ବର ୧୮-ପ୍ରଥମ ଟି୨୦

ନଭେମ୍ବର ୨୦- ଦ୍ୱିତୀୟ ଟି୨୦

ନଭେମ୍ବର ୨୨- ତୃତୀୟ ଟି୨୦

ଦିନିକିଆ ସିରିଜ୍

ନଭେମ୍ବର ୨୫- ପ୍ରଥମ ଦିନିକିଆ

ନଭେମ୍ବର ୨୭- ଦ୍ୱିତୀୟ ଦିନିକିଆ

ନଭେମ୍ବର ୩୦- ତୃତୀୟ ଦିନିକିଆ

ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପ୍ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଫାଇନାଲ ମୁକାବିଲା ନଭେମ୍ବର ୧୩ରେ ଖେଳାଯିବ । ଯଦି ଭାରତ ଫାଇନାଲରେ ପ୍ରବେଶ କରେ ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳକୁ ୫ ଦିନ ସମୟ ମିଳିବ ।

   Related Posts