ଦେଶରେ ଧୀରେ ଧୀରେ ବଢୁଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୪୨ ହଜାରରୁ ଅଧିକ ପଜିଟିଭ୍, ୩ ହଜାରରୁ ଅଧିକ ମୃତ

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧/୦୭ : କିଛି ଦିନର କରୋନା ସଂକ୍ରମଣ ହ୍ରାସ ପରେ ପୁଣି ଥରି ବଢିବାରେ ଲାଗିଛି ଗ୍ରାଫ୍ । ଏପଟେ ମୃତ୍ୟୁ ସଂଖ୍ୟା ବି ଏକାଥରକେ ୪୦୦ ଟପିଛି । ଲକ୍ଷାଧିକ ଟ୍ରେଣ୍ଡ ପରେ ୫୦ ହଜାର ତଳକୁ ଖସିଛି ସଂକ୍ରମଣ । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୯୦୦ ପାର କରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪୨୦୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୯୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୯୯୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୨ ଲକ୍ଷ ୧୬ ହଜାର ୩୩୭ ରେ ପହଞ୍ଚିଛି।

wp:html /wp:html

ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୮ ହଜାର ୪୮୦ ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୩ ଲକ୍ଷ ୯୦ ହଜାର ୬୮୭ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୦୭୧୭୦।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.