ଭାରତ ନ୍ୟୁଜିଲାଣ୍ଡ ଟି-ଟ୍ବେଣ୍ଟି ସିରିଜ୍, ରାଞ୍ଚିରେ ପ୍ରଥମ ମ୍ୟାଚ୍‌

Published By : Prameya-News7 Bureau | January 27, 2023 IST

ରାଞ୍ଚି ୨୭।୦୧ : ଆଜିଠୁ ଭାରତ ନ୍ୟୁଜିଲାଣ୍ଡ ଟି-ଟ୍ବେଣ୍ଟି ସିରିଜ୍ ଆରମ୍ଭ ହେବାକୁ ଯାଉଛି । ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯିବ । ରାତି ସାଢ଼େ ୭ଟାରେ ଏହି ମୁକାବିଲା ହେବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ ।

ଦିନିକିଆ ସିରିଜ୍ କ୍ଲିନ୍ ସୁଇପ୍ କରିବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି। ଟି-ଟ୍ବେଣ୍ଟି ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଭାରତ। ଅନ୍ୟପଟେ ଦିନିକିଆ ସିରିଜରେ ଶୋଚନୀୟ ପରାଜୟ ବରଣ କରିଥିବା କ୍ବିୱି ଟିମ୍ ଏହି ସିରିଜ ଜିତି କମ୍ ବ୍ୟାକ୍ କରିବାକୁ ଚେଷ୍ଟା କରିବ। ତେବେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ମ୍ୟାଚ୍ ରେ ବିଶ୍ରାମ ଦିଆଯାଇଛି।

ସେହିପରି ସିରିଜ ଆରମ୍ଭ ପୂର୍ବରୁ ରିତୁରାଜ ଗାଇକୱାଡ ଆହତ ହୋଇଥିଲେ ଏବଂ ଟି-୨୦ ସିରିଜରୁ ବାଦ ପଡିଛନ୍ତି। ଏହି ସିରିଜର ଦ୍ବିତୀୟ ମ୍ୟାଚ୍ ଜାନୁୟାରୀ ୨୯ରେ ଲକ୍ଷ୍ନୌରେ, ତୃତୀୟ ମ୍ୟାଚ୍ ଫେବୃୟାରୀ ୧ରେ ଅହମ୍ମଦାବାଦରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.