ଶ୍ରୀଲଙ୍କା ପରେ ନ୍ୟୁଜିଲାଣ୍ଡ ସିରିଜ୍, ବୁଧବାର ହାଇଦ୍ରାବାଦରେ ଖେଳାଯିବ ପ୍ରଥମ ଦିନିକିଆ
18/01/2023 at 9:01 AM

ହାଇଦ୍ରାବାଦ୍ ୧୮।୦୧ : ଶ୍ରୀଲଙ୍କା ପରେ ଏବେ ନ୍ୟୁଜିଲାଣ୍ଡ । ବୁଧବାରଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ । ଉଭୟଙ୍କ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳାଯିବ। ପ୍ରଥମେ ଉଭୟ ଦଳ ଦିନିକିଆ ସିରିଜ୍ ପାଇଁ ମୁହାଁମୁହିଁ ହେବେ।
🔊 Sound 🔛#TeamIndia captain @ImRo45 gets into the groove ahead of the #INDvNZ ODI series opener 👍 👍 pic.twitter.com/NR6DaK56mg
— BCCI (@BCCI) January 17, 2023
ବୁଧବାର ଦିନ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଏହା ପରେ ଜାନୁୟାରୀ ୨୧ରେ ଦ୍ବିତୀୟ ଏବଂ ଜାନୁଆରୀ ୨୪ରେ ତୃତୀୟ ଦିନିକିଆ ହେବ । ଏହା ପରେ ଜାନୁଆରୀ ୨୭ ତାରିଖରୁ ଟି -୨୦ ସିରିଜ୍ ଆରମ୍ଭ ହେବ। ଉଭୟ ଦଳ ସେମାନଙ୍କର ଶେଷ ଦିନିକିଆ ସିରିଜ ଜିତିଛନ୍ତି।
Hello Hyderabad! First training of the India Tour ahead of ODI 1 on Wednesday. #INDvNZ pic.twitter.com/MR55MZrvyE
— BLACKCAPS (@BLACKCAPS) January 16, 2023
ପାକିସ୍ତାନକୁ ପରାସ୍ତ କରିବା ପରେ କିୱି ଦଳ ଭାରତ ଗସ୍ତରେ ପହଞ୍ଚିଛି। ଏଥି ସହିତ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ଦିନିକିଆ ସିରିଜରେ ପରାସ୍ତ କରିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆଆଜି ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ।
ସେପଟେ ନ୍ୟୁଜିଲାଣ୍ଡ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟ୍କା । ଷ୍ଟାର ବ୍ୟାଟସମ୍ୟାନ୍ ଶ୍ରେୟସ ଆୟର ଆହତ ଜନିତ ସମସ୍ୟାରୁ ଟିମ୍ରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ସାମିଲ୍ କରିଛି ବୋର୍ଡ ।