World Cup 2023: ବର୍ଷାରେ ଧୋଇଗଲା ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍, ଏବେ ସିଧା ଚେନ୍ନାଇରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

Published By : Prameya-News7 Bureau | October 03, 2023 IST

ତିରୁଅନନ୍ତପୁରମ: ଭାରତ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ତିରୁଅନନ୍ତପୁରମରେ ଖେଳା ଯିବାକୁ ଥିବା ବିଶ୍ଵକପ୍ ଓ୍ଵାର୍ମଅପ୍ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୋଇଛି। ପ୍ରଥମ ଓ୍ଵାର୍ମପରି ପରି ଭାରତର ଦ୍ଵିତୀୟ ମ୍ୟାଚ୍ ମଧ୍ୟ ବର୍ଷାରେ ଧୋଇ  ହୋଇ ଯାଇଛି। ବିଶ୍ଵକପ୍ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଏହି ମ୍ୟାଚ୍ ଭାରତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା। ବିନା ଅଭ୍ୟାସରେ ଏବେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ।

wp:heading {"level":4}

ଅଧିକ ପଢନ୍ତୁ- ଦିନିକିଆ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ କେବେବି ଜିତିନାହିଁ ପାକିସ୍ତାନ, ୨୦୨୩ ଓ୍ୱାର୍ଲ୍ଡ କପ୍‌ରେ ଇତିହାସର ହେବ କି ପୁନରାବୃତ୍ତି ?

/wp:heading

ଏହା ପୂର୍ବରୁ ଗୌହାଟୀର ବରସାପରା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡର ଓ୍ଵାର୍ମଅପ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା। ଏବେ ବିନା ଅଭ୍ୟାସ୍ ମ୍ୟାଚ୍‌ରେ ଭାରତୀୟ ଦଳ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିବ। ବିଶ୍ଵକପ୍‌ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଅକ୍ଟୋବର ୮ ତାରିଖରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ  ଭେଟିବ। ଏହି ମ୍ୟାଚ୍‌ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ।

wp:html /wp:html

ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ନିଜର ଦ୍ଵିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚ୍ ଅକ୍ଟୋବର ୧୧ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ପୁଣି ଅକ୍ଟୋବର ୧୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ଭାରତ ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ ଦଳ ବିପକ୍ଷରେ ମଇଦାନକୁ ଓହ୍ଲାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.