ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସପ୍ତକୋଶୀ ହାଇ ଡ୍ୟାମ୍ ପ୍ରକଳ୍ପକୁ କାମକୁ ତ୍ୱରାନ୍ନିତ କରିିବାକୁ ନେଇ ଭାରତ-ନେପାଳ ମଧ୍ୟରେ ସହମତି

25/09/2022 at 7:31 AM

ନୂଆଦିଲ୍ଲୀ: ଭାରତ ଓ ନେପାଳ ମିଶି ଜଳ ପ୍ରକଳ୍ପ ସପ୍ତ କୋଶୀ ହାଇ ଡ୍ୟାମ ପ୍ରୋଜେକ୍ଟକୁ ଆଗେଇ ନେବାକୁ ସହମତି ପ୍ରକାଶ କରିଛନ୍ତି। ଏନେଇ ଦୁଇ ଦେଶ ମଧ୍ୟରେ ଜଳସମ୍ବଳର ଯୁଗ୍ମ କମିଟି(JCWR) ବୈଠକରେ ଦ୍ୱିପାଖିକ ଆଲୋଚନା ହୋଇଥିଲା। ଦୁଇ ଦେଶର ବରିଷ୍ଠ ଅଧିକାରୀମାନେ ‘ମହାକାଳି ସନ୍ଧୀ’ର କାର୍ଯ୍ୟେନ୍ନୟନ, ବନ୍ୟା ଓ ବନ୍ୟାପ୍ରଭାବିତ ଅଞ୍ଚଳଗୁଡ଼ିକରେ ସହଯୋଗ କାଏମ ରଖିବା ନେଇ ଦ୍ୱିପାଖିକ ଜଳ-କ୍ଷେତ୍ର ସହଯୋଗୀର ବ୍ୟାପକ ସମୀକ୍ଷା କରିଥିଲେ।

JCWR ନବମ ବୈଠକରେ ଜଳସମ୍ବଳ ସଚିବ ତଥା ନଦୀର ବକାଶ ଓ ଗଙ୍ଗା ପୁନରୁଦ୍ଧାର ସିଚବ ପଙ୍କଜ କୁମାର, ଜଳଶକ୍ତି ମନ୍ତ୍ରାଳୟ, ଶକ୍ତିମନ୍ତ୍ରାଳୟ ତଥା ଜଳ ସମ୍ବଳ ସିଞ୍ଚିନ ସଚିବ ତଥାସାଗର କୁମାର ଯୋଗ ଦେଇଥିଲେ। ଶୁକ୍ରବାର ନେପାଳର କାଠମାଣ୍ଡୁରେ ଏହି ବୈଠକ ହୋଇଥିଲା।

୧୯୯୬ ମସିହାରେ ଦୁଇ ଦେଶ ମଧ୍ୟରେ ‘ମହାକାଳି ଚୁକ୍ତି’ ହୋଇଥିଲା। ମହାକାଳୀ ନଦୀ,ସାରଦା ବ୍ୟାରେଜ୍, ତନାକପୁର ବ୍ୟାରେଜ୍ ଏବଂ ପଞ୍ଚେଶ୍ୱର ପ୍ରୋଜେକ୍ଟର ବିକାଶ ହୋଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବିଭିନ୍ନ ଦ୍ୱିପାଖିକ କମିଟି ଯଥା ବନ୍ୟା ଓ ପ୍ରଭାବିତ ସହଯୋଗୀ ଯୁଗ୍ମ କମିଟି(JCIFM), କୋଶି ଓ ଗଣ୍ଡକ ପ୍ରୋଜେକ୍ଟର ଯୁଗ୍ମ କମିଟି(JCKGP) ରହିଛି।   

ସୂଚନା ଥାଉକି,  ସପ୍ତ କୋଶୀ ହାଇ ଡ୍ୟାମ ପ୍ରୋଜେକ୍ଟ ଏକ ଏକାଧିକ ଉଦ୍ଦେଶ୍ୟ ସମ୍ଭଳିତ ପ୍ରକଳ୍ପ ଯାହା ସପ୍ତକୋଶୀ ନଦୀ ଉପରେ ତିଆରି ହେବ। ମୁଖ୍ୟତ ଦକ୍ଷିଣପୂର୍ବ ନେପାଳ ଓ ବିହାରରେ ବନ୍ୟା ରୋକିବା ଓ ହାଇଡ୍ରୋପାୱାର ଜେନେରେଟ୍‌ କରିବା ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ।

   Related Posts