oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପ୍ରଥମ ଟି-୨୦ : ମାର୍ଟିନ୍ ଗପ୍ଟିଲ ଏବଂ ଚାପମାନ୍‌ଙ୍କ ଅର୍ଦ୍ଧଶତକ, ଟିମ ଇଣ୍ଡିଆକୁ ବିଜୟ ଲକ୍ଷ୍ୟ…

17/11/2021 at 8:51 PM

ଜୟପୁର ୧୭/୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି ୨୦ ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଜାରି ରହିଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରେ ୬ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ମାର୍ଟିନ୍‌ ଗପ୍ଟିଲ ଏବଂ ମାର୍କ ଚାପମାନ୍‌ଙ୍କ ଅର୍ଦ୍ଧଶତକ ବଳରେ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି କିଓ୍ବି ଟିମ ।

ଦଳ ପକ୍ଷରୁ ଓପନର ଡାରିଲ ମିଚେଲ ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ମାର୍ଟିନ୍‌ ଗପ୍ଟିଲ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଗପ୍ଟିଲ ବ୍ୟକ୍ତିଗତ ଭାବେ ୫୦ ବଲରୁ ୩ ଚୌକା ଏବଂ ୪ ଛକା ସହାୟତାରେ ୬୩ ରନକରି ଆଉଟ ହୋଇଥିବା ବେଳେ ଡାରିଲ ମିଚେଲ ୦, ମାର୍କ ଚାପମାନ୍‌ ୫୦ ବଲରୁ  ୬ ଚୌକା ଏବଂ ୨ ଛକା ସହାୟତାରେ ୬୩ ରନ, ଟିମ ସେଫର୍ଟ ୧୨ରନ, ରଚିନ୍‌ ରବିନ୍ଦ୍ର ୭ ରନ ଏବଂ ଗ୍ଲେନ୍‌ ଫିଲିପ୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ମିଚେଲ ସାଣ୍ଟନର ୪ ରନ ଏବଂ ଟିମ ସାଉଦୀ ୦ ରନକରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୪ ଓଭରରେ ୨୪ ରନଦେଇ ୧ ଓ୍ବିକେଟ ନେଇଥିବା ବେଳେ, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୩ ରନ ୨ ଓ୍ବିକେଟ, ଅକ୍ଷର ପଟେଲ ୪ ଓଭରରେ ୩୧ରନ, ଦୀପକ ଚହର ୪ ଓଭରରେ ୪୨ରନ ୧ ଓ୍ବିକେଟ ଏବଂ ମହମ୍ମଦ ସିରାଜ ୪ ଓଭରରେ ୩୯ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

   Related Posts