LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୬ଜି ଦିଗରେ ପାଦ ବଢାଇଲା ଭାରତ, ଆରଏଣ୍ଡଡି ଟେଷ୍ଟ ବେଡ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

22/03/2023 at 11:12 PM

ନୂଆଦିଲ୍ଲୀ: ଯେଉଁଠି କିଛି ବର୍ଷ ପୂର୍ବେ  କେବଳ ଉପଯୋଗକାରୀ ଦେଶ ଥିଲା ଆଜି ସେଠାରେ ଦୂରସଞ୍ଚାର ପ୍ରଦୌଗିକିର ବଡ ରପ୍ତାନୀକାରୀ ହେବା ଦିଗରେ ଦ୍ରୁତ ବେଗରେ ଆଗକୁ ବଢୁଛି ଭାରତ। ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ(ITU)ର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ନବାଚାର କେନ୍ଦ୍ରର ଉଦଘାଟନ କରିବା ପରେ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଭିଜର ଦସ୍ତାବିଜ ଉପସ୍ଥାପନ କରିବା ସହ ୬ଜି ଆରଏଣ୍ଡଡି ଟେଷ୍ଟ ବେଡ୍‌ର ଶୁଭାରମ୍ଭ କରିଛନ୍ତି।

ସେ କହିଛନ୍ତି, ଭାରତ ସେହି ଦେଶମାନଙ୍କ ମଧ୍ୟରୁ ଜଣେ ଯିଏ ଦ୍ରୁତ ବେଗରେ ୫ଜି ମୋବାଇଲ୍ ସେବା ଆରମ୍ଭ କରିଛି। ୫ଜି ଆରମ୍ଭ ହେବାର ୧୨୦ ଦିନ ଭିତରେ ଏହାର ସେବା ୧୨୫ ସହରରେ ପହଞ୍ଚିଲାଣି। ୫ଜି ପ୍ରଯୁକ୍ତିବିଦ୍ୟା ଆରମ୍ଭ ହେବାର ଛଅ ମାସ ଭିତରେ ଆମେ ୬ଜି ବିଷୟରେ ଆଲୋଚନା କରୁଛୁ। ଏହା ଦେଶର ବିଶ୍ଵାସକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି, ୪ଜି ପୂର୍ବରୁ ଭାରତ କେବଳ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟାର ଉପଭୋକ୍ତା ଥିଲା। ମାତ୍ର ଏବେ ଭାରତ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟାର ବଡ ରପ୍ତାନକାରୀ ଦେଶ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି। ଆଗାମୀ ଦିନରେ ଭାରତ ୧୦୦ ନୂତନ ୫ଜି ପ୍ରୟୋଗଶାଳା(ଲ୍ୟାବ୍) ସ୍ଥାପନ କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଲ୍ୟାବ୍ ଭାରତର ଆବଶ୍ୟକତା ଅନୁସାରେ ୫ଜି ଆପ୍ଲିକେସନ ବିକଶିତ କରିବାରେ ସାହାଯ୍ୟ କରିବ। ଭାରତର ଦୂରସଞ୍ଚାର ଏବଂ ଡିଜିଟାଲ୍ ମୋଡେଲ୍ ସୂଚାରୁ, ସୁରକ୍ଷିତ, ପାରଦର୍ଶୀ ଏବଂ ଭରସାଯୋଗ୍ୟ। ଇଣ୍ଟରନେଟ୍ ଉପଯୋଗକାରୀଙ୍କ ସଂଖ୍ୟା ୨୦୧୪ରେ ୨୫ କୋଟିରୁ ବଢି ଏବେ ୮୫ କୋଟିରେ ପହଞ୍ଚିଛି। ଏଥିରୁ ଅଧିକାଂଶ ଗ୍ରାହକ ଗ୍ରାମାଞ୍ଚଳର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଏହି ସମୟରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଦୃଷ୍ଟି ପତ୍ର(TIG-6G)ର ଅନାବରଣ କରିଛନ୍ତି। ସେ ୬ଜି ଅନୁସନ୍ଧାନ ଏବଂ ବିକାଶ(R&D) କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଏହା ବ୍ୟତୀତ ‘କଲ୍ ବିଫେର ୟୁ ଡିଗ୍’ ଆପ୍‌ର ମଧ୍ୟ ଆରମ୍ଭ କରିଛନ୍ତି।

ଭାରତ ୬ଜି ଭିଜନ୍‌ ଡକ୍ୟୁମେଣ୍ଟ କଣ?

ଭାରତ ୬ଜି ଭିଜନ୍‌ ଡକ୍ୟୁମେଣ୍ଟ, ବୈଷୟିକ ବିକାଶ ସମୂହ ଦ୍ବାରା ଆରମ୍ଭ କରାଯାଇଥିଲା । ବିଭିନ୍ନ ବିଭାଗର ମନ୍ତ୍ରୀ, ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା ଓ ବିଭିନ୍ନ କମିଟିଙ୍କୁ ନେଇ ୨୦୨୧ ମସିହା ନଭେମ୍ବର ମାସରେ ଏହାକୁ ବିଚାର କରାଯାଇଥିଲା । ଭାରତକୁ ୬ଜି କରିବା ପାଇଁ ଆକ୍ସନ୍‌ ପ୍ଲାନ୍‌ ଓ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଦିଗରେ ଏ ସମସ୍ତଙ୍କ ସହ ଆଲୋଚନା ହୋଇଥିଲା । ୬ଜି ଟେଷ୍ଟ ବେଡ୍‌ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପ, ଷ୍ଟାର୍ଟ-ଅପ୍‌ ମାନଙ୍କୁ ପ୍ରଦାନ କରାଯିବ । ୬ଜି ବାବଦରେ ଅଧିକ ଗବେଷଣା କରିବା ପାଇଁ ତଥା ପରିବେଶ ଅନୁକୂଳ କରିବା ଦିଗରେ ଅଧିକ ପରୀକ୍ଷଣ କରିବା ପାଇଁ ଏହି ସବୁ ସଂସ୍ଥା କାର୍ଯ୍ୟ କରିବେ । ଯାହା କି ଦେଶର ହିତ ସାଧନ କରିପାରିବ ଏବଂ ବୈଷୟିକ ଶିଳ୍ପକୁ ଆହୁରି ଗତି ପ୍ରଦାନ କରିପାରିବ।

   Related Posts