ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଆଜି ହାରିଲେ ହେବ ଲଜ୍ଜାଜନକ ରେକର୍ଡ, ଦିନିକିଆରେ ସବୁଠୁ ଅଧିକ ମ୍ୟାଚ୍ ହାରିଥିବା ଟିମ୍ ହେବ ଇଣ୍ଡିଆ

9/10/2022 at 10:48 AM

ରାଞ୍ଚି: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବା ଲାଗି ଧାୱନ ବାହିନୀ ପାଇଁ ବିଜୟ ଜରୁରୀ ହୋଇପଡ଼ିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ସିରିଜ ବିଜୟ ପାଇଁ ସମସ୍ତ ପ୍ରସ୍ତୁତି କରିଛି । ଯଦି ଏହି ମ୍ୟାଚରେ ଟିମ ଇଣ୍ଡିଆ ପରାଜିତ ହୁଏ ତେବେ ଏହାର ନାଁରେ ଏପରି ରେକର୍ଡ ହେବ, ଯାହାକୁ କୌଣସି ଟିମ ନିଜ ନାଁରେ କରିବାକୁ ଚାହିଁବ ନାହିଁ ।

ଟିମ ଇଣ୍ଡିଆ ଯଦି ରାଞ୍ଚି ମୁକାବିଲରେ ପରାଜିତ ହୁଏ, ତେବେ ଦିନିକିଆରେ ଟିମ ପାଇଁ ଐତାହାସିକ ପରଜାୟ ହେବ । ଟିମ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ମୋଟ ୧୦୧୨ ଦିନିକିଆ ମ୍ୟାଚ୍ ଖେଳିଛି, ଯାହା କୌଣସି ଟିମ୍ ଦ୍ୱାରା ଖେଳାଯାଇଥିବା ସର୍ବାଧିକ ଦିନିକିଆ ମ୍ୟାଚ୍ । ଏଥିରୁ ଟିମ ଇଣ୍ଡିଆ ୫୨୯ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪୩୩ ମ୍ୟାଚରେ ପରାଜିତ ହୋଇଛି । ଟିମ ଇଣ୍ଡିଆର ୯ଟି ମ୍ୟାଚ୍ ଟାଇ ରହିଛି । ସେହିପରି ୪୧ଟି ମ୍ୟାଚରେ କୌଣସି ପରିମାଣ ଆସିନାହିଁ ।

ଦିନିକିଆରେ ସବୁଠୁ ଅଧିକ ପରାଜିତ ଟିମ

ଶ୍ରୀଲଙ୍କା-୪୩୪

ଭାରତ-୪୩୩

ୱେଷ୍ଟଇଣ୍ଡିଜ୍-୪୦୨

ଯଦି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାରେ ପରାଜିତ ହୁଏ ତେବେ ଶ୍ରୀଲଙ୍କା ସହ ମିଳିତ ଭାବେ ଦିନିଆରେ ସବୁଠୁ ମ୍ୟାଚ ହାରିଥିବା ଟିମ ହେବ । ଏହା ଏପରି ଏକ ରେକର୍ଡ ଯାହାକୁ କୌଣସି ଟମ ନିଜ ନାଁରେ କରିବାକୁ ଚାହିଁବ ନାହିଁ।

   Related Posts