ବନ୍ୟଜନ୍ତୁ ସମ୍ମିଳନୀରେ ଲାଲ ମୁକୁଟ ଥିବା କଇଁଛଙ୍କ ସୁରକ୍ଷା ପାଇଁ ପ୍ରସ୍ତାବ ଦେଲା ଭାରତ, ମିଳିଲା ବ୍ୟାପକ ସମର୍ଥନ

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ପରିବେଶ ମନ୍ତ୍ରାଳୟ ଗୁରୁବାର କହିଛି, ପାନାମାରେ ଚାଲିଥିବା ବିଶ୍ୱ ବନ୍ୟଜୀବ ସମ୍ମିଳନୀରେ ଲାଲ ମୁକୁଟ ଥିବା କୁଇଁଛ ବା ବଟାଗୁର କଇଁଛଙ୍କ ଉଚ୍ଚ ସ୍ତରୀୟ ସୁରକ୍ଷା ଦେବା ପାଇଁ ଭାରତ ପ୍ରସ୍ତାବ ଆଣିଛି । ଭାରତର ଏହି ପ୍ରସ୍ତାବକୁ ଅନ୍ୟ ଦେଶ ଗୁଡିକର ବ୍ୟାପକ ସମର୍ଥନ ମିଳିଛି।

ପନାମା ସିଟିରେ ନଭେମ୍ୱର ୧୪ରୁ ୨୫ ଯାଏଁ ବନ୍ୟଜୀବ ଏବଂ ବନସ୍ପତିଙ୍କ ବିଲୁପ୍ତପ୍ରାୟ ପ୍ରଜାତିଙ୍କୁ ନେଇ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସନ୍ଧି (ସିଆଇଟିଏସ) ପକ୍ଷରେ ୧୯ତମ ବୈଠକ (ସିଓପି ୧୯) ଆୟୋଜିତ କରାଯାଉଛି।

wp:html /wp:html

ଏହି ବୟାନରେ କୁହାଯାଇଛି, ବୈଠକରେ କଇଁଛ ଏବଂ ମଧୁର ଜଳ କଇଁଛଙ୍କ ସଂରକ୍ଷଣ କ୍ଷେତ୍ରରେ ଭାରତର କାର୍ଯ୍ୟ କଥା ବନ୍ୟଜନ୍ତୁ ଅପରାଧ ଏବଂ କଇଁଛଙ୍କ ବେଆଇନ କାରବାର ରୋକିବା ପ୍ରୟାସକୁ ପ୍ରଶଂସା କରାଯାଇଛି । ଏହାସହ କଇଁଛଙ୍କ ସୁରକ୍ଷାକୁ ନେଇ ଥିବା ପ୍ରତିବଦ୍ଧତାକୁ ଭାରତ ପୁଣି ଥରେ ଦୋହରାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.