ମୁମ୍ବାଇରୁ ଦୁବାଇ ମଧ୍ୟରେ ପାଣି ଭିତରେ ଚାଲିବ ହାଇ ସ୍ପିଡ୍ ଟ୍ରେନ୍ : କିଛି ସମୟ ମଧ୍ୟରେ ପହଞ୍ଚିବ ୟୁଏଇ

Published By : Prameya-News7 Bureau | December 02, 2018 IST

ନୂଆଦିଲ୍ଲୀ ୧/୧୨: ଖୁବ୍ ଶୀଘ୍ର ଆପଣ ଭାରତରୁ ଦୁବାଇକୁ ଯାତ୍ରା ଫ୍ଲାଇଟ୍ ବଦଳରେ ଟ୍ରେନ୍ ମାଧ୍ୟମରେ କରିପାରିବେ। ହାଇପରଲୁପ୍ ଏବଂ ଡ୍ରାଇଭରଲେସ୍ ଫ୍ଲାଇଙ୍ଗ୍ କାର୍ ପରେ  ସାଉଦି ଆରବ ବର୍ତ୍ତମାନ ଆଉ ଏକ ଡ୍ରିମ୍ ପ୍ରୋଜେକ୍ଟ ପାଇଁ ବିଚାର କରିଛି। ତାହା ହେଉଛି ଦୁବାଇରୁ ମୁମ୍ବାଇ ମଧ୍ୟରେ ପାଣି ଭିତରେ ରେଳ ସେତୁ। ଶୁଣିବାକୁ ଏହା ଅଜବ ଲାଗୁଥାଇପାରେ କିନ୍ତୁ ଏହା ଅସମ୍ଭବ ନୁହେଁ। ସାଉଦି ଆରବରେ ପ୍ରକାଶିତ ପତ୍ରିକା ଖଲିଜ ଟାଇମ୍ସ ମୁତାବକ , ୟୁଏଇ ଫୁଜେରାହ ବନ୍ଦରରୁ ମୁମ୍ବାଇ ମଧ୍ୟରେ ରେଳସେତୁ ନିର୍ମିତ କରିବ। ଏହି ପୂରା ନେଟଓ୍ବାର୍କ ପାଖାପାଖି ୨୦୦୦କିଲୋମିଟରରୁ କମ୍ ହେବ। ବର୍ତ୍ତମାନ ଏହି ପ୍ରୋଜେକ୍ଟର ବାକି ଦୃଷ୍ଟିକୋଣଗୁଡ଼ିକ ବିଚାର କରାଯାଇନାହିଁ। ସବୁଠୁ ପ୍ରଥମେ ଏହାର ବ୍ୟବହାର୍ଯ୍ୟତା ବିଷୟରେ ପରୀକ୍ଷଣ କରାଯିବ ଯେଉଁଥିରେ ଦେଖାଯିବ ଯେ ଏପରି କୈାଣସି ରେଳସେତୁ ପ୍ରସ୍ତୁତ କରାଯିବା ସମ୍ଭବ କି ନୁହେଁ। ଖଲିଜ ଟାଇମ୍ସ ମୁତାବକ ଆବୁ ଧାବିରେ ୟୁଏଇ-ଇଣ୍ଡିଆ କନକ୍ଲେଭ୍ ସମୟରେ ନ୍ୟାସନାଲ ଆଡଭାଇଜର ବ୍ୟୁରୋ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଏବଂ ଚିଫ୍ କନସଲଟାଣ୍ଟ୍ ଅବଦୁଲ୍ଲା ଅଲଶେହି ଏହାର ଘୋଷଣା କରିଥିଲେ। ଅଲଶେହି କନସଲଟାଣ୍ଟ୍ ଫର୍ମ ନ୍ୟାସନାଲ ଆଡଭାଇଜର ବ୍ୟୁରୋ ଲିମିଟେଡର ପ୍ରତିଷ୍ଠାତା। ତାଙ୍କ କହିବାନୁସାରେ ଏହି ଯୋଜନା ଦ୍ବାରା ଭାରତ ଏବଂ ୟୁଏଇ ବ୍ୟତୀତ ଅନ୍ୟ ଦେଶର ଲୋକମାନେ ମଧ୍ୟ ଲାଭବାନ୍ ହେବେ। ଯାତ୍ରୀମାନଙ୍କ ବ୍ୟତୀତ ରେଳ ଲାଇନର ବ୍ୟବହାର ତୈଳ ଏବଂ ଅନ୍ୟାନ୍ୟ ଜିନିଷ ରପ୍ତାନୀ ଆମଦାନୀ ପାଇଁ ମଧ୍ୟ ହୋଇପାରିବ। ଏହି ରେଳ ସେତୁ ଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ବ୍ୟାପାର ବଢ଼ିବ। ରେଳ ନେଟଓ୍ବାର୍କ ବ୍ୟତୀତ ବସ୍ତୁ ଆମଦାନୀ ରପ୍ତାନୀ ମଧ୍ୟ ବଢ଼ାଇଦିଆଯିବ।  ମହାରାଷ୍ଟ୍ରର ରତ୍ନଗିରିରେ ସାଉଦି ଆରବ ,ୟୁଏଇ ଏବଂ ଭାରତ ମିଶି ତୈଳ ବିଶୋଧନାଗାର ଏବଂ ପେଟ୍ରୋକେମିକାଲ କମ୍ପ୍ଲେକ୍ସ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ବିଶ୍ବର ପ୍ରାୟ ଦେଶ ଅଣ୍ଡରଓ୍ବାଟର ରେଳ ନେଟଓ୍ବାର୍କ ନିର୍ମାଣ କରିବାକୁ ଯାଉଛନ୍ତି। ଚୀନ,ରୁଷ,କାନାଡ଼ା ଏବଂ ଆମେରିକାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। ୨୦୨୨ମସିହାରେ ଅହମଦାବାଦରେ ମଧ୍ୟ ଅଣ୍ଡରଓ୍ବାଟର ରେଳ ନେଟଓ୍ବାର୍କ ନିର୍ମାଣ ହେବ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.