କରୋନାରେ ସ୍କୁଲ ବନ୍ଦ ଯୋଗୁ ଭାରତର କ୍ଷତି ୪୦ ବିଲିୟନ ଡଲାର, ଚେତାଇଲେ ବିଶ୍ୱବ୍ୟାଙ୍କ

Published By : Prameya-News7 Bureau | October 12, 2020 IST

ନୂଆଦିଲ୍ଲୀ ୧୨।୧୦: କରୋନା ଭାଇରସ ମହାମାରୀ ଲାଗି ବନ୍ଦ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଏପର୍ଯ୍ୟନ୍ତ ଦେଶରେ ଖୋଲିନି। ଏଥିଯୋଗୁ ଛାତ୍ରଛାତ୍ରୀଙ୍କର ହେଉଥିବା ପାଠ ପଢା ବାଦେ ସରକାର ୪୦ ବିଲିୟନ ଡଲାର କ୍ଷତିରେ ପଡିଲେଣି। ପ୍ରଥମ ଥର ବିଶ୍ୱବ୍ୟାଙ୍କ ଭାରତ ସରକାରଙ୍କୁ ଏଥିଲାଗି ଚେତାଇଛନ୍ତି। ଏଥିରେ ସମଗ୍ର ଦକ୍ଷିଣ ଏସିଆରେ ପାଠପଢା କ୍ଷତିର ଆକଳନ କରାଯାଇ ପାରୁନଥିବା ବେଳେ ଆର୍ଥିକ ଭାବେ ଏପର୍ଯ୍ୟନ୍ତ ୬୨ ବିଲିୟନ ୨୦ କୋଟି ଡଲାରର କ୍ଷତି ହେଲାଣି ବୋଲି ବିଶ୍ୱବ୍ୟାଙ୍କ ଏକ ରିପୋର୍ଟରେ କହିଛନ୍ତି।

{"id":343202,"sizeSlug":"large"}

ରିପୋର୍ଟ ଅନୁସାରେ ଏହି କ୍ଷେତ୍ରରେ ଭାରତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଆକଳନ କରାଯାଉଛି। କୋଭିଡ-୧୯ଯୋଗୁ ଦକ୍ଷିଣ ଏସିଆ ସବୁଠୁ ଅଧିକ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହୋଇଛି। ଏଥିରେ ସ୍କୁଲ ବନ୍ଦ ହେବାଯୋଗୁ ଦକ୍ଷିଣ ଏସିଆରେ ୩୯ କୋଟି ୧୦ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଯାଇପାରୁନାହାନ୍ତି। ଫଳରେ ଶିକ୍ଷା କ୍ଷେତ୍ରରେ ଉପୁଜିବାକୁ ଯାଉଥିବା ସଂକଟର ମୁକାବିଲା କରିବା ଆଗକୁ କଷ୍ଟସାଧ୍ୟ ହୋଇପାରେ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛନ୍ତି।

{"id":343204,"sizeSlug":"large"}

ତେବେ ସ୍କୁଲ ବନ୍ଦ ଥିବା ବେଳେ ପିଲାଙ୍କୁ ପାଠ ପଢାଇବା ଲାଗି ଅନେକ ଦେଶ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହେଲେ ଅନଲାଇନରେ ପାଠପଢା ସବୁଠୁ କଷ୍ଟକର ବ୍ୟାପାର ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ ହୁଏତ ମହାମାରୀ ଯୋଗୁ ଦକ୍ଷିଣ ଏସିୟ ଦେଶମାନଙ୍କର ଅନୁନ୍ୟ ୫୫ଲକ୍ଷ ପିଲା ଅଧାରେ ପାଠ ଛାଡିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢା କ୍ଷତି ଭରଣା କରିବା ଅସମ୍ଭବ ଲାଗୁଥିବା ବେଳେ ଏହି କ୍ଷତି ଛାତ୍ରଛାତ୍ରୀ ସାରା ଜୀବନ ଭୋଗିପାରନ୍ତି ବୋଲି ମଧ୍ୟ ଚେତାଇ ଦିଆଯାଇଛି।

{"id":343206,"sizeSlug":"large"}

ରିପୋର୍ଟ ଅନୁସାରେ ଅଧିକାଂଶ ଦେଶ ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ କରିଦେଇଛନ୍ତି। ଏଥିରେ କେତେକ ଦେଶ ସ୍କୁଲ ଖୋଲିବା ଆରମ୍ଭ କରିଥିବା ବେଳେ କିଛି ଦେଶରେ ସ୍କୁଲ ଖୋଲିସାରିଲାଣି। ୫ମାସରୁ ଅଧିକକାଳ ହେଲା ଛାତ୍ରଛାତ୍ରୀ ସ୍କୁଲ ଦ୍ୱାର ମାଡି ନାହାନ୍ତି। ଏଣୁ ହୁଏତ ସେମାନେ ପଢା ଛାଡି ସାରିଲେଣି ନଚେତ ଯାହା ପଢିଥିଲେ ସେସବୁକୁ ଭୁଲିଗଲେଣି।

{"id":343207,"width":575,"height":383,"sizeSlug":"large"}

ବର୍ତ୍ତମାନ ସ୍ଥିତିରେ ମିଳୁଥିବା ସୂଚନାରୁ ପାଠପଢା ସ୍ତରହ୍ରାସ ଯୋଗୁ ହେଉଥିବା କ୍ଷତି ଆଧାରରେ ଏହି ଆକଳନ କରାଯାଉଛି। ଏଥିରୁ ଦକ୍ଷିଣ ଏସିଆ ୬୨ ବିଲିୟନ ୧୦ କୋଟି ଡଲାରର କ୍ଷତି କରିଥିବା ଅନୁମାନ କରାଯାଉଛି। ପରିସ୍ଥିତି ଅଧିକ ଜଟିଳ ହେଲେ ଏହି କ୍ଷତି ପରିମାଣ ୮୮ ବିଲିୟନ ଡଲାରକୁ ପହଞ୍ଚିପାରେ ବୋଲି କୁହାଯାଇଛି।

{"id":343208,"sizeSlug":"large"}

ଭାରତରେ ମାର୍ଚ୍ଚ ୧୬ ତାରିଖରୁ ସରକାର ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରିଥିଲେ। ସେହିମାସ ୨୫ ତାରିଖରେ ସରକାର ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିବା ଦେଶକୁ ଆର୍ଥିକ କ୍ଷତିଆଡକୁ ମୁହାଁଇଦେଇଥିଲା। ଜୁନ ୮ ତାରିଖ ପରେ ସରକାର ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ବିଭିନ୍ନ କଟକଣାରେ ଅନୁଷ୍ଠାନଙ୍କୁ ଖୋଲିବା ଅନୁମତି ଦିଆଯାଉଥିଲେ ହେଁ ଏପର୍ଯ୍ୟନ୍ତ ସ୍କୁଲ ଓ କଲେଜ ଖୋଲିବାକୁ ଅନୁମତି ମିଳି ନାହିଁ। ତେବେ ନିକଟରେ ହୋଇଥିବା ଅନଲକ ଘୋଷଣାରେ ଅକ୍ଟୋବର ୧୫ ତାରିଖ ପରେ କଣ୍ଟେନମେଣ୍ଟ ଜୋନ ବାହାରେ ସ୍କୁଲ ଖୋଲିପାରେ। ତେବେ ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ଚୂଡାନ୍ତ ନିଷ୍ପତ୍ତି ଭାରତ ସରକାର ରାଜ୍ୟ ସରକାରମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.