ରୁଷରୁ ଗହମ ଆମଦାନୀ କରିପାରେ ଭାରତ, ଦରବୃଦ୍ଧି ଉପରେ ଲଗାମ ପାଇଁ ଉଦମ୍ୟ...

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ, ୧୭/୦୮: ଖାଦ୍ୟ ସାମଗ୍ରୀର ବଢ଼ୁଥିବା ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ପନିପରିବା ଠାରୁ ଆରମ୍ଭ କରି ଗହମ ଚାଉଳର ଦାମ୍‌ ଖୁବ୍‌ ବଢ଼ିଛି। ଯାହାର ସିଧାସଳଖ ପ୍ରଭାବ ପଡ଼ୁଛି ଖାଉଟିଙ୍କ ପକେଟରେ। ତେବେ ଏହି ବଢ଼ୁଥିବା ଦରଦାମ୍‌ ଉପରେ ଲଗାମ ଲଗାଇବା ତଥା ଯୋଗାଣ ବଢ଼ାଇବା ପାଇଁ ଭାରତ ରୁଷରୁ ଗହମ ଆମଦାନୀ ପାଇଁ​‌ ଯୋଜନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ସରକାର ଲୋକସଭା ଏବଂ ରାଜ୍ୟରେ ଆାଗାମୀ ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି । ଯାହା ଅନୁଯାୟୀ, କମ୍‌ ଦାମ୍‌ରେ ଅର୍ଥାତ୍‌ ରୁଷ୍‌ ଠାରୁ ଗହମ ଆମଦାନୀ ହୋଇପାରେ।

ରୁଷରୁ ଗହମ ଆମଦାନୀ ହେବା ଫଳରେ ବଜାରରେ ଯୋଗାଣ ପର୍ଯ୍ୟାପ୍ତ ହୋଇପାରିବ ଫଳରେ ଦାମ୍‌ ହ୍ରାସ ହେବାର ପୂରା ସମ୍ଭାବନା ରହିଛି। ଜୁଲାଇରେ ଖୁଚୁରା ମୁଦ୍ରାସ୍ଫିତି ୧୫ ମାସର ଉଚ୍ଚତମ ସ୍ତରକୁ ପହଞ୍ଚିଥିଲା। ସୂଚନାଥାଉକି, ଶେଷ ଥର ପାଇଁ ଭାରତ ୨୦୧୭ରେ ବଡ଼ ଆକାରରେ ଗହମ ଆମଦାନୀ କରିଥିଲା। ସେହି ସମୟରେ ଘରୋଇ ବ୍ୟବସାୟୀ ୫.୩ ମିଲିୟନ ମେଟ୍ରିକ୍‌ ଟନ୍‌ ଗହମ ଆମଦାନୀ କରିଥିଲା।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୫ରୁ ଟମାଟୋ କେଜି ୫୦ ଟଙ୍କା

ଉଲ୍ଲେଖଯାଗ୍ୟ, ଭାରତ, ରୁଷ-ୟୁ​‌କ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଶସ୍ତାରେ କଞ୍ଚାତେଲ ଆମଦାନୀ କରିଥିଲା। ଭାରତ ରୁଷ ଠାରୁ ସୂର୍ଯ୍ୟମୁଖୀ ତେଲ ମଧ୍ୟ ଆମଦାନୀ କରୁଛି। ଭାରତକୁ ରୁଷରୁ ୨୫ରୁ ୪୦ ଡଲାର ପ୍ରତି ଟନ ପର୍ଯ୍ୟନ୍ତ ଗହମ ଆମଦାନୀ ଉପରେ ଡିସ୍କାଉଣ୍ଟ ମିଳିପାରେ। ସୂଚନା ଅନୁଯାୟୀ, ଅଗଷ୍ଟ ୧ ସୁଦ୍ଧା ସରକାରଙ୍କ ଗୋଦାମରରେ ୨୮.୩ ମିଲିୟନ ଟନ୍‌ ଗହମର ଷ୍ଟକ୍‌ ରହିଥିଲା। ଯାହା ୧୦ ବର୍ଷର ହାରାହାରି ଷ୍ଟକ୍‌ ଠାରୁ ୨୦ ପ୍ରତିଶତ କମ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.