suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ଗ୍ରାହକଙ୍କୁ ମିଳିବ ଖୁସି ଖବର ! କମ ହୋଇପାରେ ପେଟ୍ରୋଲ-ଡିଜେଲର ମୂଲ୍ୟ, ସରକାର କରୁଛନ୍ତି ଯୋଜନା

15/02/2023 at 4:12 PM

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଖୁବଶୀଘ୍ର ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ । ଭାରତ ସରକାର କିଛି ଉତ୍ପାଦ ଉପରୁ ଟ୍ୟାକ୍ସ ହ୍ରାସ କରିପାରନ୍ତି । ଖୁଚୁରା ମୁଦ୍ରାସ୍ଫୀତିକୁ କମ କରିବା ପାଇଁ ଆରବିଆଇ ଦ୍ୱାରା କରାଯାଇଥିବା ସୁପାରିଶ ଉପରେ ସରକାର ନିଷ୍ପତ୍ତି ନେଇପାରନ୍ତି । ସରକାର ମକା (MAIZE) ଏବଂ ଫ୍ୟୁଏଲ ଉପରୁ ଟିକସ ହ୍ରାସ କରିପାରନ୍ତି । ନ୍ୟୁଜ ଏଜେନ୍ସି ରୟଟର୍ସର ସୂତ୍ରକୁ ଆଧାର ପ୍ରକାଶ କରିଥିବା ରିପୋର୍ଟ ଏହା ଜଣାପଡିଛି । ତେବେ ଫେବ୍ରୁଆରୀର ଦରବୃଦ୍ଧି ହାର ସାମନାକୁ ଆସିବା ପରେ ହିଁ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିବେ । ଜାନୁଆରୀରେ ଭାରତର ମୁଦ୍ରାସ୍ଫୀତି ହାର ୬.୫୨ ପ୍ରତିଶତ ରହିଥିଲା । ୨୦୨୨ ଡିସେମ୍ୱରରେ ଏହା ୫.୭୨ ପ୍ରତିଶତ ଥିଲା ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଦ୍ୟ ମୁଦ୍ରାସ୍ଫୀତି ହାର ଉଚ୍ଚ ରହିପାରେ । ଦୁଗ୍ଧ, ମକା ଏବଂ ସୋଆବିନ ତେଲର ମୂଲ୍ୟ ଆସନ୍ତା ସମୟରେ ଦରବୃଦ୍ଧି ଚିନ୍ତାକୁ ଆହୁରି ଅଧିକ କରିପାରେ । ଏହାକୁ ଦୃଷ୍ଟିରେ ରଖି ସରକାର ମକା ପରି ଖାଦ୍ୟ ଉତ୍ପାଦ ଉପରୁ ଶୁଳ୍କ ହ୍ରାସ କରିବା ଉପରେ ବିଚାର କରୁଛନ୍ତି । ଏହା ଉପରେ ବର୍ତ୍ତମାନ ସମୟରେ ୬୦ ପ୍ରତିଶତ ବେସିକ ଡ୍ୟୁଟି ରହିଛି । ତେବେ ଅର୍ଥ ମନ୍ତ୍ରାଳୟ କିମ୍ୱା ଆରବିଆଇ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଏହା ଉପରେ ପ୍ରତିକ୍ରିୟା ରଖିନାହାନ୍ତି ।

ପେଟ୍ରୋଲ-ଡିଜେଲ ଉପରୁ ମଧ୍ୟ ଟ୍ୟାକ୍ସ ହ୍ରାସ ହୋଇପାରେ । ଅଶୋଧିତ ତୈଳର ବୈଶ୍ୱିକ ମୂଲ୍ୟରେ ଗତ ମାସରେ ହ୍ରାସ ଘଟିଛି ଏବଂ ଏବେ ଏହା ସ୍ଥିର ହୋଇ ରହିଛି । ବୁଧବାର ଅପରାହ୍ଣରେ ବ୍ରେଣ୍ଟ ଅଏଲ ଫ୍ୟୁଚର୍ସ ହ୍ରାସ ସହ ୮୪.୩୨ ଡଲାର ପ୍ରତି ବ୍ୟାରେଲ ବ୍ୟବସାୟ କରୁଥିଲା । ତୈଳ କମ୍ପାନି ଗୁଡିକ ଏହାର ଲାଭ ବର୍ତ୍ତମାନ ସୁଦ୍ଧା ଗ୍ରହାକଙ୍କୁ ଦେଇ ନାହାନ୍ତି, କିମ୍ୱା ନିଜର ପୁରୁଣା କ୍ଷତିକୁ ଭରଣା କରିବାରେ ଲାଗିଛନ୍ତି ।

ଭାରତ ନିଜ ଆବଶ୍ୟକତାର ଦୁଇ-ତୃତୀୟାଂଶରୁ ଅଧିକ ଆମଦାନୀ କରିଥାଏ । କେନ୍ଦ୍ର ସରକାରଙ୍କ ଦ୍ୱାରା ଟ୍ୟାକ୍ସରେ ହ୍ରାସ କରାଯିବା ପରେ ପମ୍ପ ପରିଚାଳକଙ୍କ ଉପରେ ଗ୍ରାହକଙ୍କ ପାଇଁ ମୂଲ୍ୟ ହ୍ରାସ ନେଇ ଚାପ ପଡିବ । ଏହାଦ୍ୱାରା ଦରବୃଦ୍ଧି ହାରରୁ ହ୍ରାସ କରିବାରେ ସହାୟତା ମିଳିବ ।

   Related Posts