ଶତ୍ରୁର ନାଲି ଆଖିକୁ ଜବାବ ଦେବ MQ-9 ଡ୍ରୋନ୍, ଯୁଦ୍ଧାସ୍ତ୍ର କିଣିବା ନେଇ ଭାରତର ଯୋଜନା
21/12/2022 at 2:07 PM

ନୂଆଦିଲ୍ଲୀ: ଭାରତ କିଣିବ MQ-9 ଡ୍ରୋନ୍ । ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଏଥିପାଇଁ ଆମେରିକା ସହିତ ବୁଝାବଣା କରିପାରେ ଭାରତ । ଏଲଏସି ଓ ଏଲଓସିରେ ଶତ୍ରୁ ଦେଶ ପାଇଁ ଘାତକ ସାଝିବ ଏହି ଡ୍ରୋନ୍ । ଏହା ସାହାଯ୍ୟରେ ଆଲ-କାଏଦା ମୁଖ୍ୟ ଅୟମାନ-ଉଲ୍-ଜଓ୍ବାହିରୀକୁ ମାରିଥିଲା ଆମେରିକା ।
ସୂଚନା ଅନୁଯାୟୀ, ଏହି ଶତ୍ରୁକୁ ନାଲି ଆଖି ଦେଖାଇବାକୁ ଏହି ଆତ୍ମଘାତି ଡ୍ରୋନକୁ କିଣିବାକୁ ଯାଉଛି ଭାରତ । ତିନି ସେନାକୁ ମିଳିବ ଏହି ଡ୍ରୋନ୍ । ଏନେଇ ପ୍ରତିରକ୍ଷା ବିଭାଗ କୌଣସି ବୟାନ ଜାରି କରିନାହିଁ । ୨୦୧୭ରୁ ଭାରତୀୟ ନୌସେନା ଏହି ଡ୍ରୋନକୁ 2ବର୍ଷ ପାଇଁ ଆମେରିକା ଠାରୁ ଲିଜରେ ଆଣିଥିଲା ।
MQ-9 ଡ୍ରୋନ୍ କିଣିବାକୁ ଆମେରିକା ସହିତ ବିଲିୟନ ଡଲାରର ବୁଝାବଣା କରୁଛି ଭାରତ । ଏହି ଡ୍ରୋନ୍ UAV ଶ୍ରେଣୀର । ଏଥିରେ ଲେଜର ହେଲଫାୟାର ମିସାଇଲ୍ ବ୍ୟବହାର କରିହେବ । ଏହା ସାହାଯ୍ୟରେ ଜଓ୍ବାହିରୀକୁ ମାରିଥିଲା ଆମେରିକା । ରାଡାରା ସିଷ୍ଟମକୁ ଆସେନାହିଁ ଏହି ଡ୍ରୋନ୍ । ସୀମାରୁ ଶତ୍ରୁ ଦେଶର ଗୁଇନ୍ଦ ରିପୋର୍ଟ ସଂଗ୍ରହ କରିବା ସହିତ ଆତଙ୍କବାଦୀଙ୍କ ଉପରେ ନଜର ରଖିବ ଡ୍ରୋନ୍ । ଲକ୍ଷ୍ୟଭେଦ କରିବାରେ ମାହିର MQ-9 ଡ୍ରୋନ୍ ।
ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଗୁରୁବାର ଏହାକୁ ଥିବା DAC ବୈଠକରେ ଏହାକୁ କଣିବା ନେଇ ପ୍ରସ୍ତବକୁ ସାମିଲ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DAC ପରିଷଦର ମୁଖ୍ୟ ଅଛନ୍ତି । ବୈଠକରେ ଏହି ଡ୍ରୋନ୍ କିଣିବା ନେଇ ଆଲୋଚନା ହେବ ବୋଲି କୁହାଯାଉଛି । ପ୍ରତିରକ୍ଷା ବିଭାଗ ୩ ସେନା ପାଇଁ ୧୦ ଲେଖାଏଁ ୩୦ଟି ଡ୍ରୋନ୍ କିଣିବା ନେଇ ଯୋଜନା କରୁଛି ।