ଭୁବନେଶ୍ୱର ୧୫/୧୦: କଳିଙ୍ଗ ଷ୍ଟାଡିୟମରେ ପୁଣି ହାରିଲା ଭାରତ । ଫିଫା ୧୭ ବର୍ଷରୁ କମ ବିଶ୍ବକପ ଫୁଟବଲ ମ୍ୟାଚରେ ମରକ୍କୋ ଠାରୁ ଭାରତ ୩-୦ ଗୋଲରେ ହାରିଛି । ଏହା ଭାରତର ଦ୍ୱିତୀୟ ପରାଜୟ । ପ୍ରଥମ ମ୍ୟାଚରେ ଆମେରିକା ଠାରୁ ୮-୦ ଗୋଲରେ ହାରିଥିଲା ଭାରତୀୟ ଦଳ । ମରକ୍କୋ ଠାରୁ ଭାରତ ହାରିବା ପରେ କ୍ୱାର୍ଟର ଫାଇନାଲ ଦୌଡରୁ ବାଦ ପଡିଛି ଭାରତୀୟ ଟିମ୍ ।
ଆସନ୍ତା ୧୭ ତାରିଖରେ ସମ୍ମାନ ରଖିବା ପାଇଁ ବ୍ରାଜିଲ ବିପକ୍ଷରେ ଖେଳିବ ଭାରତ । ଅନ୍ୟପଟେ ବ୍ରାଜିଲ ଏବଂ ୟୁଏସଏ ମଧ୍ୟରେ ଚାଲିଥିବା ମ୍ୟାଚ୍ ଡ୍ର ହୋଇଯାଇଛି। ମ୍ୟାଚ ଡ୍ର ହେବା ପରେ ଉଭୟ ଟିମ୍ ପଏଣ୍ଟ ନିଜନିଜ ଭିତରେ ଭାଗ କରିଛନ୍ତି। ଦୁଇ ଦଳ ପକ୍ଷରୁ ବେଶ୍ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ ହୋଇଥିଲେ ମଧ୍ୟ ଖେଳାଳି ମାନେ ବାଲାନ୍ସ କରି ଶେଷ ଯାଏ ଖେଳିଥିଲେ।