'G20 ଅଧ୍ୟକ୍ଷତା ୧୪୦ କୋଟି ଭାରତୀୟଙ୍କ ଶକ୍ତିକୁ ଦର୍ଶାଉଛି', ଜାତିସଂଘରେ କହିଲେ ଭାରତର ସ୍ଥାୟୀ ପ୍ରତିନିଧି

Published By : Prameya-News7 Bureau | March 16, 2023 IST

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ୱୋଜ ଗୁରୁବାର କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି ଏବଂ ଏହା ଭାରତର ୧୪୦ କୋଟି ଲୋକଙ୍କ ଶକ୍ତିକୁ ଦର୍ଶାଉଛି । ରୁଚିରା କମ୍ୱୋଜ କହିଛନ୍ତି ଯେ ଆମେ ଜି-୨୦କୁ ଲୋକଙ୍କ ଜି-୨୦ କରାଉଛୁ । ମିଳିତ ଜାତିସଂଘର ଏକ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଏହା କହିଛନ୍ତି ।

ରୁଚିରା କହିଛନ୍ତି, 'ଆମ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା କରିବା ୧୪୦ କୋଟି ଭାରତୀୟଙ୍କ ଶକ୍ତିକୁ ଦର୍ଶାଉଛି । ଆମେ ଜି-୨୦କୁ ଦେଶର ଲୋକଙ୍କ ପାଖରେ ପହଞ୍ଚାଉଛୁ ଏବଂ ଆମେ ଏହାକୁ ଲୋକଙ୍କ ଜି-୨୦ କରାଉଛୁ' । ଭାରତର ସ୍ଥାୟୀ ପ୍ରତିନିଧି କହିଛନ୍ତି ଯେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛୁ, ଏଥିରେ ବିଦେଶ ମନ୍ତ୍ରୀଙ୍କ ବୈଠକ, ଅର୍ଥ ମନ୍ତ୍ରୀଙ୍କ ବୈଠକ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର୍ସଙ୍କ ବୈଠକ ସାମିଲ ରହିଛି ।

ରୁଚିରା କମ୍ୱୋଜ କହିଛନ୍ତି ଯେ ଜି-୨୦ର ଆୟୋଜନରେ ଭାରତ ଘରୋଇ କ୍ଷେତ୍ର, ୟୁନିଭରର୍ସିଟି, ସିଭିଲ୍ ସୋସାଇଟି ଏବଂ ଯୁବବର୍ଗଙ୍କୁ ସାମିଲ କରି ବିଶ୍ୱ ପ୍ରସଙ୍ଗରେ ଏକ ନୂଆ ବିଚାରଧାରା ସୃଷ୍ଟି କରୁଛି । କମ୍ୱୋଦ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଲିଙ୍ଗଗତ ସମାନତା ଦିଗରେ ଆଗକୁ ବଢୁଛୁ । ଭାରତୀୟ ରାଷ୍ଟ୍ରଦୂତ କରିଛନ୍ତି ଯେ ତାଙ୍କ ସରକାର ଅନେକ ନାଗରିକ କେନ୍ଦ୍ରୀକ ଡିଜିଟାଲ ଯୋଜନାର ଆରମ୍ଭ କରିଛନ୍ତି । ଏଥିରେ ମହିଳାଙ୍କୁ ଆର୍ଥିକ, ପ୍ରଯୁକ୍ତି ଏବଂ ରୋଜଗାରସ୍ତରରେ ସକ୍ଷମ କରାଇବାକୁ ପ୍ରାଥମିକତା ଦିଆଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଡିସେମ୍ୱର ୧ରୁ ଭାରତ ଦୁନିଆର ଶକ୍ତିଶାଳୀ ଗ୍ରୁପ୍ ଜି-୨୦ର ଅଧ୍ୟକ୍ଷତା କରୁଛି । ଦୁନିଆରେ ବଢୁଥିବା ଭାରତର ଶକ୍ତିକୁ ଦର୍ଶାଇବା ପାଇଁ ଜି-୨୦ ପରି ବିଶ୍ୱ ମଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଅଟେ । ଭାରତ ମଧ୍ୟ ଏହି ମଞ୍ଚର ଭରପୁର ଉପଯୋଗ କରୁଛି । ଜି-୨୦ର ସଦସ୍ୟ ରାଷ୍ଟ୍ର ବିଶ୍ୱ ଜିଡିପିର ୮୫ ପ୍ରତିଶତ ଯୋଗଦାନ କରୁଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.