ଟି-୨୦ରେ ଇତିହାସ ରଚିଲା ଭାରତ, ଏମିତି କରିବାରେ ହେଲା ଦୁନିଆର ପ୍ରଥମ ଦଳ

Published By : Prameya-News7 Bureau | December 02, 2023 IST

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶୁକ୍ରବାର ରାୟପୁରରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଛି। ଏହି ବିଜୟ ସହ ଭାରତ ସିରିଜ୍ ହାତେଇବା ସହ ୩-୧ରେ ଅଗ୍ରଣୀ ହାସଲ କରିଛି। ଏଥିସହିତ ଦଳ ଇତିହାସ ବି ଚରିଛି। ଭାରତ ନାମରେ ଏବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ରହିଛି। ଦଳ ନିଜର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ପଛରେ ପକାଇ ଦେଇଛି।

wp:heading {"level":4}

ଅଧିକ ପଢନ୍ତୁ- ଆଜିଙ୍କ୍ୟ ରାହାଣେ-ଚେତେଶ୍ୱର ପୂଜାରାଙ୍କ ଟେଷ୍ଟ କ୍ୟାରିୟର ଶେଷ ! ଫର୍ମ ଥାଇ ବି ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍‌

/wp:heading

ଭାରତ ବନାମ ଅଷ୍ଟ୍ରେଲିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ନାଁରେ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ରେକର୍ଡ ଥିଲା। ମାତ୍ର ସିରିଜ୍‌ରେ ଭାରତ ତିନୋଟି ବିଜୟ ହାସଲ କରିବାରୁ ଏହି ରେକର୍ଡ ବର୍ତ୍ତମାନ ଦଳ ନାଁରେ ହୋଇଛି। ଭାରତ ବିଶ୍ଵ ରେକର୍ଡ ସ୍ଥାପନ କରି ଏହି ଫର୍ମାଟ୍‌ରେ ୧୩୬ତମ ବିଜୟ ହାସଲ କରିଛି। ୧୩୫ ବିଜୟ ସହ ପାକିସ୍ତାନ ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛି। ଭାରତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୧୩ଟି ମ୍ୟାଚ୍‌ରୁ ୧୩୬ଟି ମ୍ୟାଚ୍ ଜିତିଛି। ଏହି ସମୟରେ ୪ଟି ମୁକାବିଲା ଟାଇ ରହିଥିବା ବେଳେ ୬ଟି ଫଳାଫଳ ବାହାରି ନାହିଁ। ୧୦୨ ବିଜୟ ସହ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛି।

IND vs AUS
indianexpress.com

ଗତକାଲି ରାୟପୁରରେ ଖେଳା ଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଛି।  ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରିଙ୍କୁ ସିଂ ଓ ଜିତେଶ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ଓଭରରେ ୧୭୪ ରନ କରିଥିଲା। ରିଙ୍କୁ ସିଂ ୨୯ ବଲ୍‌ରୁ ୪୬ ଓ ଜିତେଶ ଶର୍ମା ୧୯ ବଲ୍‌ରୁ ୩୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଜବାବରେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୫୪ ରନ କରି ପାରିଥିଲା। ଓପନର ଟ୍ରେଭିସ୍ ହେଡ୍ ୩୧ ଓ ଅଧିନାୟକ ମାଥ୍ୟୁ ଓ୍ଵେଦ ୩୬ ରନ କରି ଅପରାଜିତ ଥିଲେ। ଅନ୍ୟ ବ୍ୟାଟର ୩୦ ରନ ବି ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.