oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଭାରତ ମହାସାଗରରେ ଚୀନକୁ ମାତ୍ ଦେବା ପାଇଁ ଭାରତର ବଡ ରଣନୀତି, ଏଠାରେ ନିର୍ମାଣ କଲା ନୌସେନା ଆଡ୍ଡା

3/08/2021 at 9:13 PM

ନୂଆଦିଲ୍ଲୀ ୦୩।୦୮: ଭାରତ ସଂପ୍ରତି ନିଜର ସେନାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଅନେକ ପଦକ୍ଷେପ ନେଇ ଚାଲିଛି। ସେନାର ଆଧୁନିକୀକରଣ କରାଯିବା ସହ ଅସ୍ତ୍ର ଶସ୍ତ୍ରକୁ ବିକଶିତ କରାଯାଉଛି। ସ୍ଥଳ, ଜଳ ଏବଂ ବାୟୁସେନାକୁ ସଶକ୍ତ କରିବା ଦିଗରେ ସରକାର ବଡ ବଡ ନିଷ୍ପତ୍ତି ମଧ୍ୟ ନେଉଛନ୍ତି। ଏହି କ୍ରମରେ ଭାରତ ଏମିତି ସ୍ଥାନରେ ନୌସେନା ଆଡ୍ଡା ନିର୍ମାଣ କରିଛି ଯାହା ରଣନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ଵପୂର୍ଣ୍ଣ। ସୂଚନା ଅନୁଯାୟୀ, ମରିସସ୍‌ର ମୁଖ୍ୟ ଦୀପଠୁ ପ୍ରାୟ ୧୧୦୦ କିଲୋମିଟର ଦୂର ଅଗାଲେଗା ଦ୍ଵୀପରେ ଭାରତ ନୌସେନା ନିଜର ଆଡ୍ଡା ନିର୍ମାଣ କରୁଛି। ଚୀନକୁ ମାତ୍ ଦେବା ପାଇଁ ଭାରତ ଏହି ରଣନୀତି ଆଧାରରେ ଆଉ ପାଦେ ଆଗକୁ ବଢିଛି।

ଅଲଜଜିରାର ରିପୋର୍ଟରେ ଉପଗ୍ରହ ଚିତ୍ର, ଫାଇନାନସିଆଲ ତଥ୍ୟ ଓ ଭୌଗୋଳିକ ସାକ୍ଷ୍ୟ ଆଧାରରେ ଏହି ଖବର ଦିଆଯାଇଛି। ରିପୋର୍ଟକୁ ଅଧ୍ୟୟନ କରିଥିବା ସାମରିକ ବିଶେଷଜ୍ଞଙ୍କ ଅନୁଯାୟୀ, ନିର୍ମାଣ ରନଓ୍ଵେର ବ୍ୟବହାର ନିଶ୍ଚିତ ଭାବେ ଭାରତୀୟ ନୌସେନା ଦ୍ଵାରା ସମୁଦ୍ରରେ ପାଟ୍ରୋଲିଂ ପାଇଁ କରାଯାଇଛି।

ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ଆସୋସିଏଟ୍ ଫେଲୋ ଅଭିଷେକ ମିଶ୍ର ମାମଲାକୁ ନେଇ କହିଛନ୍ତି,  ଭାରତୀୟ ସେନା  ଦକ୍ଷିଣ-ପଶ୍ଚିମ ଭାରତ ମହାସାଗର ଓ ମୋଜାମ୍ଵିକ ଚ୍ୟାନେଲରେ ନଜର ରଖିବା ପାଇଁ ସାମରିକ ଭିତ୍ତିଭୂମି ନିର୍ମାଣ କରିଥାଇପାରେ।

୩ କିଲୋମିଟର ଲମ୍ଵା ରନଓ୍ଵେ

୨୦୧୮ରୁ ଏହି ଧରଣର ସୂଚନା ଆସୁଥିଲା ଯେ, ଭାରତ  ମରିସସ୍‌ର ଏକ ଦ୍ଵୀପରେ ସୈନ୍ୟ ଆଡ୍ଡା ନିର୍ମାଣ କରୁଛି। ମାତ୍ର ଦୁଇ ଦେଶ ଏହି ଧରଣର ଖବରକୁ ଖଣ୍ଡନ କରି ଆସିଥିଲେ। ଦୁଇ ଦେଶ କହିଥିଲେ ଯେ, ଦ୍ଵୀପରେ ଜାରି ବିକାଶମୂଳକ ପ୍ରକଳ୍ପ ସ୍ଥାନୀୟ ଲୋକଙ୍କ ହିତ ପାଇଁ ଉଦ୍ଦିଷ୍ଟ। ମାତ୍ର ଉପଗ୍ରହ ଚିତ୍ରରୁ ଜଣା ପଡିଛି ଯେ,  ମରିସସ୍‌ର ମୁଖ୍ୟ ଦ୍ଵୀପଠୁ ପ୍ରାୟ ୧୧୦୦ କିଲୋମିଟର ଦୂର ଅଗାଲେଗା ଦ୍ଵୀପରେ ଭାରତ ଦୁଇଟି ବଡ ଜେଟି ଏବଂ ତିନି କିଲୋମିଟର ଲମ୍ଵର ଏକ ରନଓ୍ଵେ ନିର୍ମାଣ କରିଛି।

ଭାରତ ମହାସାଗରରେ ଭାରତର ରାଜ ?

ସାମରିକ ବିଶେଷଜ୍ଞ ମତରେ, ଭାରତ ଭାରତ ମହାସାଗରରେ ନିଜର ପ୍ରାଧ୍ୟାନ୍ୟ ହରାଇବାକୁ ଚାହେଁ ନାହିଁ। ନିକଟ ଦିନରେ ଭାରତ ମହାସାଗରରେ ଚୀନର ବଢୁଥିବା ପ୍ରାଧ୍ୟାନ୍ୟକୁ ଦୃଷ୍ଟିରେ ରଖି ଭାରତ ମରିସସ୍‌ରେ ନୌସେନା ଆଡ୍ଡା ନିର୍ମାଣ କରି ନିଜର ସ୍ଥିତି ଆହୁରି ମଜବୁତ କରୁଛି।

ଅଲ ଜଜିରାର ରିପୋର୍ଟକୁ ନେଇ ମରିସସ୍‌ ସରକାର କହିଛନ୍ତି, ମରିସସ୍‌ ଓ ଭାରତ ମଧ୍ୟରେ ଅଗାଲେଗାରେ ଏକ ସୈନ୍ୟ ଆଡ୍ଡା ସ୍ଥାପିତ କରିବା ପାଇଁ କୌଣସି ରାଜିନାମା ହୋଇ ନାହିଁ। ଭାରତ ସରକାର ଏହି ରିପୋର୍ଟ ଉପରେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

   Related Posts