oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଭାରତ ଭାଙ୍ଗିଲା ନିଜର ଲଜ୍ଜାଜନକ ରେକର୍ଡ, ସର୍ବନିମ୍ନ ସ୍କୋରରେ ଅଷ୍ଟ୍ରେଲିଆ ସହ ହେଲା ସମାନ

19/12/2020 at 11:48 AM

ଆଡିଲେଡ, ୧୮|୧୨ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ ବାହିନୀ ଲଜ୍ଜାଜନକ ସ୍କୋର କରିଛି । ମାତ୍ର ୧୯ ରନରେ ୬ଜଣ ଖେଳାଳି ଆଉଟ ହୋଇଯାଇଥିଲେ । ସେହିପରି ୩୧ ରନରେ ତିନୋଟି ଓ୍ୱିକେଟ୍ ହରାଇଥିଲା ଦଳ । ପରେ ୩୬ ରନରେ ମହମ୍ମଦ ସାମି ରିଟାୟର ହର୍ଟ ହେବା ପରେ ଦଳ ଅଟକି ଯାଇଥିଲା ।

ଭାରତର ଟେଷ୍ଟ ମ୍ୟାଚରେ ସବୁଠାରୁ କମ୍ ସ୍କୋର ଥିଲା ୪୨ । ୧୯୭୪ରେ ଲର୍ଡସରେ ଦଳ ଇଂଲଣ୍ଡ ବିପକ୍ଷରେ ଏହି ରନ୍ କରିଥିଲା । ଟେଷ୍ଟ୍ ଇତିହାସରେ ସବୁଠାରୁ କମ୍ ସ୍କୋର ନ୍ୟୁଜିଲାଣ୍ଡ ନାମରେ ରହିଛି । ଦଳ ୧୯୫୫ରେ ଇଂଲଣ୍ଡ ବିପକ୍ଷରେ ୨୬ ରନ୍ କରିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ଦୁଇଥର ୩୦ ରନରେ ଅଲଆଉଟ୍ ହୋଇଛି । ଦଳ ୩୫ ଓ ୩୬ରନରେ ବି ଅଲଆଉଟ୍ ହୋଇଛି ।

ସେହିପରି ଅଷ୍ଟ୍ରେଲିଆର ଟେଷ୍ଟ ମ୍ୟାଚରେ ସର୍ବନିମ୍ନ ସ୍କୋର ହେଉଛି ୩୬ । ଏହାପରେ ଦଳ ୪୨ ରନରେ ବି ଅଲଆଉଟ୍ ହୋଇଛି । ତେବେ ଏହି ଖେଳ ବହୁତ ପୁରୁଣା । ୧୯୮୮ ଓ ୧୯୦୨ରେ ଇଂଲଣ୍ଡ ବିପକ୍ଷରେ ଦଳ ଏହି ସ୍କୋର କରିଥିଲା।

ମହମ୍ମଦ ସାମି ଆଉଟ ହେବା ପରେ ଭାରତ ଅଷ୍ଟ୍ରେଲିଆର ସବୁଠାରୁ କମ୍ ଟେଷ୍ଟ ସ୍କୋର କରିଥିବା ରେକର୍ଡର ସମକକ୍ଷ ହୋଇଛି । ଅଷ୍ଟ୍ରେଲିଆର ଟେଷ୍ଟ ମ୍ୟାଚରେ ସବୁଠାରୁ କମ୍ ସ୍କୋର ୩୬ ଓ ୪୨ ଥିବା ବେଳେ ଭାରତର ମଧ୍ୟ ସମାନ ରହିଛି ।

   Related Posts