ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ୟୁଏଇ ଓ ଇଜିପ୍ଟ ସମେତ ୧୦ ଦେଶକୁ ବ୍ରହ୍ମୋସ ମିସାଇଲ୍‌ ରପ୍ତାନୀ କରିବ ଭାରତ ! ଦକ୍ଷିଣ ଆଫ୍ରିକା ବି କିଣିବାକୁ ଚାହୁଁଛି

19/10/2022 at 8:05 PM

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବା ସହିତ ଏବେ ବିଭିନ୍ନ ଦେଶକୁ ଯୁଦ୍ଧାସ୍ତ୍ର ରପ୍ତାନୀ କରୁଛି। ଭାରତରେ ତିଆରି ସୁପରସୋନିକ ମିସାଇଲ୍ ସହିତ ଅନ୍ୟାନ୍ୟା ଯୁଦ୍ଧାସ୍ତ୍ର ରପ୍ତାନୀ କରୁଛି। ଭାରତ। ନିକଟରେ ଫିଲିପିନ୍ସକୁ ବ୍ରହ୍ମୋସ ସୁପରସୋନିକ କ୍ରୁସ୍ ମିସାଇଲ୍‌ ଦେବାକୁ ୩୭୫ ମିଲିୟନ ଆମେରିକୀୟ ଡଲାର ଚୁକ୍ତି କରିଛି ବ୍ରହ୍ମୋସ ଏରୋସ୍ପେସ୍‌ ପ୍ରାଇଭେଟ୍ ଲିମିଟେଡ୍।

ଏହି ଚୁକ୍ତି ସରିବା ପରେ ପୁରୁଣା ମିସାଇଲ୍ ଓ ଏହାର ନୂଆ ଭର୍ଜନକୁ ଆଉ ୧୦ ରାଷ୍ଟ୍ରକୁ ବିକ୍ରି କରିବାକୁ ଚାହୁଁଛି କମ୍ପାନୀ। ଏଥିରେ ସାଉଥ୍ ଆଫ୍ରିକା ଏବଂ ପଶ୍ଚିମ ଏସିଆ ଦେଶ ଯଥା ସାଉଦି ଆରବ, ୟୁଏଇ ଏବଂ ଇଜିପ୍ଟକୁ ଆଦି ଦେଶର ମିସାଇଲ୍ କିଣିବାକୁ ଇଚ୍ଛୁକ ଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ରହ୍ମୋସ ମିସାଇଲ କିଣିବାକୁ ଇଚ୍ଛା ପ୍ରକାଶ କରୁଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(DRDO) ଓ ଋଷର ଏନ୍‌ପିଓ ମଶିନୋଷ୍ଟ୍ରୋୟେନିୟା ମିଳିତ ଭାବରେ ବ୍ରହ୍ମୋସ ମିସାଇଲ୍ ବନାଇଛନ୍ତି। ଭାରତର ତିନି ପ୍ରତିରକ୍ଷା କ୍ଷେତ୍ରରେ ଏହି ମିସାଇଲକୁ ସାମିଲ କରାଯାଇଛି।

ଅଧିକାରୀଙ୍କ ସୂଚନା ଅନୁସାରେ, ବ୍ରହ୍ମୋସ ମିସାଇଲ୍‌ର ରେଞ୍ଜ୍ ବଢ଼ାଇବା ଦିଗରେ କାମ ଜାରି ରହିଛି। ଭୂପୃଷ୍ଠରୁ ୨୯୦ କିମିରୁ ୫୦୦ କିମି, ଏବଂ ସମୁଦ୍ରରୁ ୪୦୦ କିମି ରେଞ୍ଜ ବଢ଼ାଇବାକୁ କାମ ଜାରି ରହିଛି। ସେହିପରି ଅନ୍ୟାନ୍ୟ ବିକାଶମୂଳକ ଦକ୍ଷତା ବଢ଼ାଇବା ଦିଗରେ ମଧ୍ୟ କାମ ହେଉଛି। ତିଆରି ହେଉଥିବା ନୂଆ ମିସାଇଲ୍ର ପରୀକ୍ଷଣ ୨୦୨୧ ସୁଧା ଆରମ୍ଭ ହୋଇଯିବ। ୨୦୨୫ ସୁଧା ଏହା ବାୟୁସେନାକୁ ଦିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

   Related Posts