scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେଶରେ ବେକାବୁ କରୋନା; ୨୪ ଘଣ୍ଟାରେ ୭୬୧ ନୂଆ ସଂକ୍ରମିତ ଚିହ୍ନଟ, ୧୨ ମୃତ

5/01/2024 at 3:08 PM

ନୂଆଦିଲ୍ଲୀ: ଦେଶରେ ବେକାବୁ ହୋଇଛି କରୋନା । କୋଭିଡ୍ ସଂକ୍ରମଣରେ ଲାଗୁନି ବ୍ରେକ୍ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୭୬୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ମାରାତ୍ମକ ଭୂତାଣୁ ୧୨ଜଣଙ୍କ ଜୀବନ ନେଇଛି । କେରଳ ଓ କର୍ଣ୍ଣାଟକରୁ ସର୍ବାଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ନୂଆ କୋଭିଡ୍ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ମାମଲା ୪,୩୩୪ରେ ରହିଛି । ସୁସ୍ଥ ହୋଇଘରକୁ ଫେରୁଥିବା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ମାମଲାରେ ସାମାନ୍ୟ ହ୍ରାସ ପାଇଛି । ଗତକାଲି ଏହି ମାମଲା ୪, ୪୨୩ ରହିଥିଲା । ଗୋଟିଏ ଦିନରେ ୮୩୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ସଂଖ୍ୟା ୪,୪୪,୭୮,୮୮୫ । ସେହିଭଳି ୧୨ ନୂଆ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୩,୩୮୫ରେ ପହଞ୍ଚିଛି । କେରଳରୁ ସର୍ବାଧିକ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ କର୍ଣ୍ଣାଟକରୁ, ମହାରାଷ୍ଟ୍ରରୁ ୨ଜଣ ଏବଂ ଉତ୍ତର ପ୍ରଦେଶରୁ ଜଣେ ଲେଖାଏଁ ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି ।

କରୋନାର ସବ୍-ଭାରିଆଣ୍ଟ ପାଇଁ ଦ୍ରୁତଗତିରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଦେଶରେ JN.1 ଭୂତାଣୁ  ସଂକ୍ରମିତଙ୍କ ସଂଖ୍ୟା ୫୧୧ ରହିଛି । କର୍ଣ୍ଣାଟକରୁ ସର୍ବାଧିକ ଚିହ୍ନଟ ହୋଇଛନ୍ତି । ପ୍ରବଳ ଥଣ୍ଡା ଓ ନୂଆ ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ଗତ ୨୦୨୦ ଜାନୁଆରୀରୁ ଏପର୍ଯ୍ୟନ୍ତ ସାଢେ ୪କୋଟି ୫୦ ଲକ୍ଷ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେହପରି ସୁସ୍ଥ ହାର ୯୮.୮୧ ପ୍ରତିଶତ ରହିଛି ।

   Related Posts