ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ସାମାନ୍ୟ ବ୍ରେକ୍ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୫୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନ କୋଭିଡ୍-୧୯ ମାରାତ୍ମକ ଭୂତାଣୁ ୨ଜଣଙ୍କ ଜୀବନ ନେଇଛି । କର୍ଣ୍ଣାଟକ ଓ ହରିୟାଣାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
{"id":890812,"sizeSlug":"full","linkDestination":"none"}ନୂଆ କୋଭିଡ୍ କେସକୁ ମିଶାଇ ଦେଶରେ ସକ୍ରିୟ ମାମଲା ୪,୫୬୫କୁ ବୃଦ୍ଧି ପାଇଛି । ସେହିଭଳି ଗୋଟିଏ ଦିନରେ ୪୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ମୋଟ୍ କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ସଂଖ୍ୟା ହେଲା ୪,୪୪,୭୬,୫୫୦ । ସେହିଭଳି ୨ ନୂଆ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୫,୩୩,୩୬୨ରେ ପହଞ୍ଚିଛି ।
wp:embed {"url":"https://www.prameyanews7.com/niranjana-mishra-rection-covid-new-varient/","type":"wp-embed","providerNameSlug":"prameya-news-7"} /wp:embedକରୋନାର ସବ୍-ଭାରିଆଣ୍ଟ ପାଇଁ ଦ୍ରୁତଗତିରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ସୋମବାର ସୁଦ୍ଧା JN.1 ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା 197 ରହିଛି । ଗତ ୭ ସପ୍ତାହରେ ରବିବାର କୋଭିଡ୍ ସଂକ୍ରମଣ ସର୍ବାଧିକ ଥିଲା । ଗୋଟିଏ ଦିନରେ ୮୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ୨୦୨୩ , ମେ’ ୧୯ ତାରିଖରେ ସର୍ବାଧିକ ୮୬୫ ମାମଲା ଚିହ୍ନଟ ହୋଇଛନ୍ତି । ପ୍ରବଳ ଥଣ୍ଡା ଓ ନୂଆ ଭାରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ଗତ ୨୦୨୦ ଜାନୁଆରୀରୁ ଏପର୍ଯ୍ୟନ୍ତ ସାଢେ ୪କୋଟି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେହପରି ସୁସ୍ଥ ହାର ୯୮.୮ ପ୍ରତିଶତ ରହିଛି ।