LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସନ୍ତା ୨୦ ବର୍ଷରେ ଭାରତକୁ ୩୧ ହଜାର ପାଇଲଟଙ୍କ ଆବଶ୍ୟକତା ରହିଛି: ବୋଇଂର ରିପୋର୍ଟ   

21/03/2023 at 10:38 PM

ନୂଆଦିଲ୍ଲୀ, ୨୧/୦୩: ଭାରତୀୟ ବିମାନ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ୪୭୦ ବିମାନ ଅର୍ଡର ଦେଇଛି। ଇଣ୍ଡିଗୋ ମଧ୍ୟ ନୂଆ ବିମାନ କିଣିବାକୁ ଅର୍ଡର ଦେଇଛି। ଏମିତିରେ ଏହି ବିମାନକୁ ନେଇ ବଡ଼ ଆକାରରେ ପାଇଲଟ ଏବଂ ମେକାନିକ୍‌ଙ୍କ ଆବଶ୍ୟକ ହେବ। ବିମାନ ନିର୍ମାଣକାରୀ ଆମେରିକୀୟ କମ୍ପାନୀ ବୋଇଂ  ଆଗାମୀ ୨୦ ବର୍ଷରେ ଭାରତରେ ୩୧,୦୦୦ ପାଇଲଟ ଏବଂ ୨୬ ହଜାର ମେକାନିକ୍ସଙକ ଆବଶ୍ୟକତା ହେବା ନେଇ କହିଛି।

ବୋଇଂ ଇଣ୍ଡିଆର ଅଧ୍ୟକ୍ଷ ସଲିଲ୍‌ ଗୁପ୍ତେ କହିଛନ୍ତି ଯେ ଆଗାମୀ ୨୦ ବର୍ଷରେ ଦକ୍ଷିଣ ଏସୀୟ ଦେଶମାନଙ୍କରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବିମାନ ଚଳାଚଳ ମାର୍କେଟ ହେବାକୁ ଯାଉଛି। ଏମିତିରେ ଭାରତର ବିମାନ ଉଡ଼ାଣ ଭରିବା ପାଇଁ ୩୧ ହଜାର ପାଇଲଟ୍‌ ଏବଂ ବିମାନର ରକ୍ଷଣ ପାଇଁ ୨୬ ହଜାର ମେକାନିକ୍ସଙ୍କ ଆବଶ୍ୟକତା ପଡ଼ିବ। ସେ କହିଛନ୍ତି ଭାରତର ଏୟାର ଟ୍ରାଫିକ୍‌ ବୃଦ୍ଧିକୁ ଦେଖି ଭିତ୍ତିଭୂମିକୁ ମଜବୁତ କରିବା ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ଯେଉଁଥିରେ ବିମାନବନ୍ଦର ସହ ପାଇଲଟ ଏବଂ ମେକାନିକ୍ସଙ୍କ ଆବଶ୍ୟକତା ରହିଛି।

ନିକଟର ବୋଇଂ ଏହାର ରିପୋର୍ଟରେ କହିଥିଲା ଯେ ୨୦୪୦ ସୁଦ୍ଦା ଭାରତର ଏୟାର ଟ୍ରାଫିକ୍ ୭ ପ୍ରତିଶତ ହାରରେ ବାର୍ଷିକ ବୃଦ୍ଧି ହେବ। ବିମାନ ଯାତ୍ରାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଘରୋଇ ବିମାନ କମ୍ପାନି ଆଗାମୀ ଦିନରେ ୧୧୦୦ ରୁ ଅଧିକ ନୂଆ ବିମାନର ଅର୍ଡର କରିବାକୁ ଯାଉଛନ୍ତି। ଟାଟା ଗ୍ରୁପ୍‌ ଏହାର ଆରମ୍ଭ କରିସାରିଛି। ଭାରତରେ ବଢ଼ୁଥିବା ବିମାନ ଯାତ୍ରା ଚାହିଦାକୁ ପୂରା କରିବା ପାଇଁ ବିମାନ କମ୍ପାନି ମାନଙ୍କୁ ୨୨୧୦ ନୂଆ ବିମାନ ଅର୍ଡର କରିବାକୁ ପଡ଼ିପାରେ। ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଏବଂ ଅକାଶା ପ୍ରାୟ ୧୧୧୫ ବିମାନ ଅର୍ଡର ରହିଛି।

   Related Posts