ଇଂଲଣ୍ଡ ପାଇଁ ଟିମ୍ ଇଣ୍ଡିଆର ରଣନୀତି, ପ୍ରଥମ ଟେଷ୍ଟରେ ଏକ ସାଙ୍ଗେ ଓହ୍ଲାଇବେ ତିନି ସ୍ପିନର !

Published By : Prameya-News7 Bureau | February 03, 2021 IST

ଚେନ୍ନାଇ ୦୩।୦୨:  ଆଉ ଦିନ କେତେଟା ପରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଆରମ୍ଭ  ହେବ। ଚେନ୍ନାଇର ଚେପାକ ଷ୍ଟାଡିୟମରେ ସିରିଜିର ପ୍ରଥମ ମ୍ୟାଚ୍‌ ଖେଳାଯିବ । ତେବେ ପ୍ରଥମ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଅଷ୍ଟ୍ରେଲିଆରେ ବାଉନ୍ସ‌ ଓ ହାର୍ଡ ପିଚ ସତ୍ତ୍ୱେ ଭାରତୀୟ ସ୍ପିନରମାନେ କମାଲ କରିଥିଲେ । ଯାହାର ଫାଇଦା ଏବେ ଇଂଲଣ୍ଡ ସିରିଜରେ ନେବାକୁ ଟିମ୍‌ ଇଣ୍ଡିଆ ଆଶା କରିଛି ।

ଖାସ୍‌ କରି ଚେପାକ୍‌ ଷ୍ଟାଡିୟମ ଶୁଖିଲା ଏବଂ ସ୍ପିନରମାନଙ୍କ ସହଯୋଗ କରିଥାଏ । ଯାହାକୁ ନଜର ରଖି ଭାରତୀୟ ଟିମ୍‌ ଏକାସାଙ୍ଗେ ୩ଟି ସ୍ପିନର ପ୍ରଥମ ଟେଷ୍ଟରେ ସାମିଲ କରିବାକୁ ଯୋଜନା କରୁଛି । ସ୍ପିନ୍‌ ଖେଳିବାରେ ଇଂଲଣ୍ଡ କମ୍‌ ଅନୁଭବ ରହିଛି । ତେଣୁ ଏକାସାଙ୍ଗେ ୩ଟି ସ୍ପିନର ପଡିଆକୁ ଓହ୍ଲାଇବାକୁ ଯୋଜନା କରୁଛି ଟିମ୍‌ ଇଣ୍ଡିଆ ।

ଇଂଲଣ୍ଡ ବିରୋଧର ଭାରତୀୟ ସ୍ପିନରଙ୍କ ଭଲ ରେକର୍ଡ ମଧ୍ୟ ରହିଛି । ଏହାର ସମ୍ଭାବନା ଅଧିକ ରହିଛି ଯେ ଭାରତ ପ୍ରଥମ ଟେଷ୍ଟରେ ପାଞ୍ଚ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇପାରେ। ଏଥିରେ ଓ୍ଵାଶିଂଟନ ସୁନ୍ଦରଙ୍କ ସହିତ ତିନି ସ୍ପିନର ଏବଂ ଦୁଇ ଦ୍ରୁତ ବୋଲର ହୋଇପାରନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ପଦାପର୍ଣ କରିଥିବା ସୁନ୍ଦର ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଦନ କରିପାରନ୍ତି।

ତେବେ ଦ୍ରୁତ ବୋଲି ବିଭାଗରେ ଜସପ୍ରିତ ବୁମ୍‌ରାହ ପ୍ରଥମ ପସନ୍ଦ ଥିବା ବେଳେ ୨ୟ ବୋଲର ନେଇ ଆଲୋଚନା ଚାଲିଛି । ୨ୟ ବୋଲର ଭାବେ ମହମ୍ମଦ ସିରାଜ ଏବଂ ଇଶାନ୍ତ ଶର୍ମାଙ୍କ ନାଁ ଚର୍ଚ୍ଚାରେ ରହିଛି ।  ସେପଟେ ସ୍ପିନର ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନୀ, ଓ୍ୱାସିଂଟନ ସୁନ୍ଦରଙ୍କ ନାମ ପ୍ରାୟତଃ ସ୍ପଷ୍ଟ ହୋଇଥିବା ବେଳେ ତୃତୀୟ ସ୍ପିନର ନେଇ ଆଲୋଚନା  ଚାଲିଛି । ଯଦି ରବିନ୍ଦ୍ର ଜାଡେଜାଙ୍କ  ସୁସ୍ଥ ନେହେବେ , ତେବେ ତାଙ୍କ ସ୍ଥାନରେ କୁଳଦୀପ ଯାଦବ ଟିମ୍‌ରେ ସାମିଲ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.