LPGର ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ବଡ଼ ପଦକ୍ଷେପ ନେବେ ସରକାର, ଜାଣନ୍ତୁ କ'ଣ

Published By : Prameya-News7 Bureau | September 12, 2022 IST

ନୂଆଦିଲ୍ଲୀ: ଇଣ୍ଡେନ ଅଏଲ କର୍ପୋରେସନ ପରି ସରକାରୀ ଫୁଏଲ କମ୍ପାନିକୁ ପ୍ରାୟ ୨୦,୦୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତି କରୁଛନ୍ତି । ଏହାଦ୍ୱାରା ଫୁଏଲ ରିଟେଲର୍ସଙ୍କ କ୍ଷତିକୁ କମାଇ ରୋଷେଇ ଗ୍ୟାସର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ସରକାରଙ୍କ ଯୋଜନା ରହିଛି । ସରକାରୀ ତେଲ କମ୍ପାନି ଗୁଡିକୁ ଅନ୍ତର୍ଜାତୀୟ ମୂଲ୍ୟରେ ଅଶୋଧିତ ତୈଳ କିଣିବାକୁ ପଡିଥାଏ ଏବଂ ପ୍ରାଇସ-ସନସିଟିଭ୍ ବଜାରରେ ବିକ୍ରି କରିବାକୁ ପଡିଥାଏ।

ପେଟ୍ରୋଲିୟମ ମନ୍ତ୍ରଣାଳୟ ୨୮୦୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି । କିନ୍ତୁ ଅର୍ଥ ମନ୍ତ୍ରଣାଳୟ ପ୍ରାୟ ୨୦୦ ବିଲିୟନ ଟଙ୍କାର କ୍ୟାଶ ପେଆଉଟ୍  କରିବାକୁ ଚାହୁଁଛି । ଆଲୋଚନା ପରବର୍ତ୍ତି ପର୍ଯ୍ୟାୟରେ ରହିଛି, କିନ୍ତୁ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଉଲ୍ଲେଖଯୋଗ୍ୟ, ୩ ବଡ଼ ସରକାରୀ ଇନ୍ଧନ ରିଟେଲର୍ସ ମିଳିତ ରୂପେ ଭାରତର ୯୦ ପ୍ରତିଶତରୁ ଅଧିକ ତେଲ ଉପଲବ୍ଧ କରାଉଛନ୍ତି।

ଭାରତ ନିଜର ଆବଶ୍ୟକତାର ପ୍ରାୟ ଅଧା ଲିକ୍ୱଫାଇଡ୍ ପେଟ୍ରୋଲ ଆମଦାନୀ କରିଥାଏ । ଏହାର ବ୍ୟବହାର ସାଧାରଣତ ରୋଷେଇରେ ବ୍ୟବହାର କରାଯାଇଥାଏ । ସାଉଦି କଣ୍ଟ୍ରାକ୍ଟର ମୂଲ୍ୟ ଗତ ଦୁଇ ବର୍ଷରେ ୩୦୩ ପ୍ରତିଶତ ବଢିଛି । ସାଉଦି କଣ୍ଟ୍ରାକ୍ଟ ପ୍ରାଇସ୍, ଭାରତରେ ଏଲପିଜିର ଆମଦାନୀ ପାଇଁ ବେଞ୍ଚମାର୍କ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.