India Legends vs South Africa Legends: ଆଜି ମଇଦାନକୁ ଓହ୍ଲାଇବେ ସଚିନ ତେନ୍ଦୁଲକର, ଜୋଣ୍ଟି ରୋଡ୍ସଙ୍କ ଦଳ ସହ ରହିଛି ମୁକାବିଲା

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ: ସଡକ ସୁରକ୍ଷା ବିଶ୍ଵ ସିରିଜ୍‌ର ଦ୍ଵିତୀୟ ସିଜିନ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମୁକାବିଲାରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ଵାଧୀନ ଇଣ୍ଡିଆ ଲିଜେଣ୍ଡ୍ସ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସକୁ ଭେଟିବ। ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ଵ ନେଉଛନ୍ତି ଜୋଣ୍ଟି ରୋଡ୍ସ।

ଇଣ୍ଡିଆ ଲିଜେଣ୍ଡ୍ସ ଏବଂ ସାଉଥ ଆଫ୍ରିକା ଲିଜେଣ୍ଡ୍ସ ମଧ୍ୟରେ ଆଜି ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟ୍‌ରେ ଖେଳାଯିବ।

ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୦ରୁ ୨୨ ଦିନ ପର୍ଯ୍ୟନ୍ତ ଦେଶର ୪ ସହର କାନପୁର, ରାୟପୁର, ଇନ୍ଦୋର ଏବଂ ଡେରାଡୁନରେ ଖେଳାଯିବ। ଉଦଘାଟନୀ ମ୍ୟାଚ୍ କାନପୁରରେ ଖେଳାଯାଉଥିବା ବେଳେ ଦୁଇ ସେମି ଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍‌ ରାୟପୁରରେ ଖେଳାଯିବ।

wp:html /wp:html

ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ନ୍ୟୁଜିଲାଣ୍ଡ ଲିଜେଣ୍ଡ୍ସ ଦଳ ଅଂଶ ଗ୍ରହଣ କରିଛି। ଦେଶ ଏବଂ ସମଗ୍ର ଦୁନିଆରେ ସଡକ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖେଳାଯାଉଥିବା ଏହି ସିରିଜ୍‌ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ବ୍ୟତୀତ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଓ୍ଵେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଇଂଲଣ୍ଡ ଦଳ ଭାଗ ନେବେ। ଏହି ସିରିଜ୍‌କୁ ଭାରତ ସରକାରଙ୍କ ପରିବହନ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ତଥା ଯୁବ କଲ୍ୟାଣ ଏବଂ କ୍ରୀଡା ମନ୍ତ୍ରଣାଳୟ ସମର୍ଥନ ଜଣାଇଛି।

ଆଜିର ମ୍ୟାଚ୍ ପାଇଁ ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ଇଣ୍ଡିଆ ଲିଜେଣ୍ଡ୍ସ- ସଚିନ ତେନ୍ଦୁଲକର(ଅଧିନାୟକ), ଏସ ବଦ୍ରିନାଥ, ନମନ ଓଝା, ସୁରେଶ ରୈନା, ଯୁବରାଜ ସିଂହ, ୟୁସୁଫ ପଠାନ, ଇରଫାନ ପଠାନ, ପ୍ରଜ୍ଞାନ ଓଝା, ଅଭିମନ୍ୟୁ ମିଥୁନ, ବିନୟ କୁମାର ଏବଂ ରାହୁଲ ଶର୍ମା।

ସାଉଥ ଆଫ୍ରିକା ଲିଜେଣ୍ଡ୍ସ- ଆଲଭିରୋ ପିଟରସନ, ହେନରୀ ଡେଭିଡ୍ସ, ମୋର୍ଣ୍ଣେ ଭାନଓ୍ଵିକ(ଓ୍ଵିକେଟ୍ କିପର),  ଜ୍ୟାକ୍ସ ରୁଡୋଲଫ, ଜୋଣ୍ଟି ରୋଡ୍ସ(ଅଧିନାୟକ), ଲାନ୍ସ କ୍ଲୁଜନର, ଜୋହାନ ବୋଥା, ଭର୍ଣ୍ଣନ ଫିଲାଣ୍ଡର, ଜୋହନା ଭାନ ଡେର ଓ୍ଵାଥ, ଗାର୍ନେଟ୍ କ୍ରୁଗର ଏବଂ ମାଖାୟ ଏନଟିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.