UNGAରେ ପାକିସ୍ତାନ ଉପରେ ବର୍ଷିଲା ଭାରତ, କହିଲା ଆତଙ୍କବାଦକୁ ସୁରକ୍ଷିତ ଆଶ୍ରୟ ଦେବାର ରହିଛି ରେକର୍ଡ
24/02/2023 at 12:11 PM

ନୂଆଦିଲ୍ଲୀ, ୨୪/୦୨: ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ମିଳିତ ରାଷ୍ଟ୍ର ମହାସଭା (ୟୁଏନଜିଏ) ରେ ପାକିସ୍ତାନ ଉପରେ ବର୍ଷିଛି। ଗୁରୁବାର ୟୁଏନଜିଏରେ ପାକିସ୍ତାନ ବିରୋଧରେ ‘ଜବାବ ଦେବାର ଅଧିକାର’ର ବ୍ୟବହାର କରିବା ସହ ଭାରତ ପାକିସ୍ତାନକୁ ଆତଙ୍କବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ଦେଉଥିବା ଦେଶ ବୋଲି କହିଛି। ଭାରତ କହିଛି ପାକିସ୍ତାନର ଆତଙ୍କବାଦ ଟ୍ରାକ୍ ରେକର୍ଡ ଦେଖାଯାଉ। ଯିଏ ଆତଙ୍କବାଦକୁ ଶରଣ ଦେଇଥାଏ ଏବଂ ସୁରକ୍ଷିତ ଆଶ୍ରୟ ଦେଇଥାଏ । ଆଉ ଏମିତି ସେ ନିର୍ଭୟ ହୋଇ କରିଥାଏ। ଏଥିପାଇଁ ଏହାକୁ ଦଣ୍ଡିତ ମଧ୍ୟ କରାଯାଏନାହିଁ।
ପ୍ରକୃତରେ ମିଳିତ ରାଷ୍ଟ୍ର ମହାସଭାର ୧୧ ତମ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନର ବୈଠକରେ ପାକିସ୍ତାନ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ । ପାକିସ୍ତାନର ଏହି ଉସ୍କେଇବା ଭଳି ମନ୍ତବ୍ୟକୁ ଭାରତ ଅସନ୍ତୋଷଜନକ ଏବଂ ଭୁଲ୍ ସ୍ଥାନରେ କରାଯାଇଥିବା କଥା ବୋଲି କହିଛି। ଏହାବ୍ୟତୀତ ଆତଙ୍କବାଦୀକୁ ଆଶ୍ରୟସ୍ଥଳୀ ଦେବାରେ ପାକିସ୍ତାନର ରେକର୍ଡକୁ ଦେଖାଯାଉବୋଲି କହିଛନ୍ତି।
ମିଳିତ ରାଷ୍ଟ୍ର ମହାସଭା ଭାରତୀୟ କାଉନସିଲର ପ୍ରତୀକ ମାଥୁର, ଏହି ମଞ୍ଚରେ ପାକିସ୍ତାନର ଦୁଷ୍ଟ ପ୍ରରୋଚନାର ଉତ୍ତର ଦେବାକୁ ଚାହୁନଥିବା କହିଛନ୍ତି । ସେ କହିଛନ୍ତି ‘ଆମର ପାକିସ୍ତାନର ପ୍ରତିନିଧିଙ୍କୁ ପରାମର୍ଶ ଯେ ‘ଉତ୍ତରର ଅଧିକାରୀ’ ଅନୁଯାୟୀ ଆମ ଦ୍ବାରା ଅତୀତରେ ଏ ପ୍ରସଙ୍ଗରେ ଦିଆଯାଇଥବା ଜବାବ ଦେଖନ୍ତୁ।’
ସୂଚନାଯୋଗ୍ୟ, ମିଳିତ ରାଷ୍ଟ୍ର ମହାସଭାରେ ପାକିସ୍ତାନର ଦୂତ ମୁନୀର ଅକରମ ଆପାତକାଳୀନ ବିଶେଷ ଅଧିବେଶନ ସମୟରେ ୟୁକ୍ରେନ ଉପରେ ମିଳିତ ରାଷ୍ଟ୍ର ମହାସଭାରେ ମତଦାନ ସମୟରେ ନିଜ କଥା କହିବା ସହ ଜମ୍ମୁ-କାଶ୍ମୀରର ଉଦାହରଣ ଦେଇଥିଲେ। ଯାହାପରେ ମାଥୁର ଗୁରୁବାର ‘ଉତ୍ତର ଦେବା ଅଧିକାର’ର ବ୍ୟବହାର କରିଥିଲେ।
ମାଥୁର କହିଛନ୍ତି ଯେ ପାକିସ୍ତାନକୁ ନିଜ କଥା ଦେଖିବା ଦରକାର ଯାହାର ଆତଙ୍କବାଦକୁ ଆଶ୍ରୟ ଦେବାର ପୁରୁଣା ରେକର୍ଡ ରହିଛି ଏବଂ ସେ ବେଧଡ଼କ ଏଭଳି କରିଥାଏ। ଦୁଇ ଦିନ ବିଚାର ବିମର୍ଶ ପରେ ଆମେ ସବୁ ସହମତ ହୋଇଛୁ ଯେ ଶାନ୍ତି ମାର୍ଗରେ ସଂଘର୍ଷ ସ୍ଥିତିକୁ ଏଡ଼ାଯାଇପାରିବ। ଏମିତିରେ ଏହା ଭୁଲ୍ ସମୟରେ କରାଯାଇଥିବା କଥା।