ନୂଆଦିଲ୍ଲୀ ୧।୯: ଇୟୁରୋପକୁ ବିକଶିତ କୁହାଯାଏ ଓ ଭାରତ ବିକାଶଶୀଳ, ତେବେ ଏପରି ଅନେକ କ୍ଷେତ୍ର ଅଛି ଭାରତଠୁ ବିକାଶିତ ଦେଶମାନେ ବି ପଛୁଆ। ଏଥିରେ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ଉଦାହରଣ ରୂପେ ନିଆଯାଇପାରେ। ଭାରତରେ ଡିଜିଟାଲ ଟ୍ରାଞ୍ଜାକ୍ସନ ଯେତିକି ଦ୍ରୁତ ବେଗରେ ହେଉଛି ଜର୍ମାନ ଭଳି ଦେଶ ମଧ୍ୟ ଏ କ୍ଷେତ୍ରରେ ଏବେବି ପଛୁଆ ରହିଛି। ଜନୈକ ସାମ୍ବାଦିକଙ୍କ ଦ୍ୱାରା ଦିଆଯାଇଥିବା ସୂଚନାକୁ ବିଶ୍ୱାସ କଲେ ଜର୍ମାନ ଭଳି ଏକ ବଡ଼ ଅର୍ଥ ବ୍ୟବସ୍ଥାରେ ଲୋକଙ୍କ ପର୍ଯ୍ୟନ୍ତ ଟଙ୍କା ପହଞ୍ଚାଇବା ଏବେବି ଏତେ ସହଜ ନୁହେଁ ଯେପରି ଭାରତରେ ହୋଇ ପାରୁଛି।
କିସାନ ସମ୍ମାନ ନିଧି ହେଉ କି ସରକାରୀ ଯୋଜନାରେ କୋଟି କୋଟି ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚାଇବାରେ ଭାରତ ବିନା କୌଣସି ତ୍ରୁଟିରେ ଲଗାତାର କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ କରିଚାଲିଛି। ‘ଦି ଇକୋନମିଷ୍ଟ’ର ଏଡିଟର କ୍ରିଷ୍ଟିଆନ ଓଡେନହଲ୍ ସୋସିଆଲ ମିଡିଆରେ ଏହି ତଥ୍ୟ ଦେଇଛନ୍ତି। ଭାରତ ସରକାର ଯେପରି ତାଙ୍କ ନାଗରିକଙ୍କ ପର୍ଯ୍ୟନ୍ତ ଟଙ୍କା ପହାଞ୍ଚାଇ ପାରୁଛନ୍ତି ଏଥିରେ ଜର୍ମାନ ସରକାର ଢେର ପଛରେ ବୋଲି ସେ ଉଲ୍ଲେଖ କରିଛନ୍ତି। ଏପରି କରିବା ପାଇଁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଟ୍ୟାକ୍ସ ଆଇଡିକୁ ମିସାଇବାକୁ ଜର୍ମାନ ସରକାରଙ୍କ ବ୍ୟବସ୍ଥାକୁ ୧୮ ମାସ ସମୟ ଲାଗିଯାଇ ପାରେ ବୋଲି ସେ ଉଲ୍ଲେଖ କରିଛନ୍ତି।
ଜର୍ମାନରେ ଆଡମିନ ଦିନକରେ କେବଳ ଲକ୍ଷେ ଲୋକଙ୍କ ଟ୍ରାଞ୍ଜାକ୍ସନ ସମ୍ଭାଳିପାରିବେ। ଏଥିରେ ଜର୍ମାନ ସରକାର ଓ ସବୁ ନାଗରିକଙ୍କ ମଧ୍ୟରେ ନଗଦ ହସ୍ତାନ୍ତରଣ ପ୍ରକ୍ରିୟା ପ୍ରାୟ ଅସମ୍ଭବ ବୋଲି ସାମ୍ବାଦିକ କହିଛନ୍ତି। କାରଣ ପ୍ରଥମତଃ କାଗଜ କାମରେ ଅନେକ ସମୟ ଚାଲିଯିବ ଏହା ପଛକୁ ସେମାନଙ୍କ ସିଷ୍ଟମ ଦ୍ରୁତ ଟ୍ରାଞ୍ଜାକ୍ସନ ଲାଗି ପ୍ରସ୍ତୁତ ବି ନାହିଁ। ଏଥିରେ ଯଦି ଭାରତର କଥା ଦେଖା ଯାଏ ଏଠାରେ ପୁରା ୟୁରୋପରେ ଯେତିକି ଲୋକେ ଅଛନ୍ତି ସେତିକି ୟୁପିଆଇ ଟ୍ରାଞ୍ଜାକ୍ସନ ଦୈନିକ ହେଉଛି।
wp:html/wp:htmlAbsolutely remarkable.
— Christian Odendahl (@COdendahl) August 31, 2022
The German state is incapable of transferring money to its citizens because ... matching bank and tax IDs takes 18 months, and the admin can only handle 100k transfers a day anyway.
Merkel's devastating legacy, No. 2314. https://t.co/wQO3ihLYjH
ଏଥିରେ ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ ଉପରେ ନଜର ପକାଇଲେ କେବଳ ଜୁଲାଇ ଗୋଚିଏ ମାସରେ ୮୦ କୋଟି ଏନଇଏଫଟି ଓ ୩.୮ କୋଟି ଆରଟିଜିଏସ୍ ଟ୍ରାଞ୍ଜାକ୍ସନ କରାଯାଇଛି। ଯାହା ପୁରା ଇୟୁରୋପର ଲୋକଙ୍କୁ କେତେ ଥର ଟଙ୍କା ପଠାଇବା ସହ ସମାନ ବୋଲି ସାମ୍ବାଦିକ କହିଛନ୍ତି। ଜର୍ମାନର ମୋଟ ଜନସଂଖ୍ୟା ଏବେ ୯ କୋଟି। ଭାରତରେ କିସାନ ସମ୍ମାନ ନିଧି ଯୋଜନାର ଲାଭ ପାଉଥିବା ଚାଷୀଙ୍କ ସଂଖ୍ୟା ୧୪ କୋଟି। ଅର୍ଥାତ ଭାରତରେ ଗୋଟିଏ ସରକାରୀ ଯୋଜନାର ମୋଟ ହିତାଧିକାରୀଙ୍କ ସଂଖ୍ୟା ଯେତିକି ଜର୍ମାନ ମୋଟ ଜନସଂଖ୍ୟାରୁ ବି ଅଧିକ।
ସରକାର ପ୍ରତି ୪ ମାସରେ ଚାଷୀଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରୁଛନ୍ତି ଓ ତାହାବି ବିନା କୌଣସି ତ୍ରୁଟିରେ। ଏତିକି କାମ ଜର୍ମାନ ସରକାରଙ୍କୁ କରିବା ଲାଗି ଦେଢ ବର୍ଷ ଲାଗି ପାରେ। ଭାରତ ସରକାର ବର୍ଷରେ ଏହି ପରି ୩ ଥର ବଡ଼ ଧରଣର ଟଙ୍କା ଟ୍ରାନ୍ସଫର କରିଥାନ୍ତି। ଡିଜିଟାଲ ଟ୍ରାଞ୍ଜାକ୍ସନ ମାମଲାରେ ଭାରତ ଏବେ ବିଶ୍ୱର ସବୁଠୁ ଅଗ୍ରଣୀ ଦେଶ।