Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଶ୍ରୀ ଅନ୍ନ ରପ୍ତାନୀ ମାମଲାରେ ବିଶ୍ୱର ପଞ୍ଚମ ବୃହତ ରାଷ୍ଟ୍ର ଭାରତ, ଅମଳରେ ୮୦ ପ୍ରତିଶତର ଯୋଗଦାନ

19/03/2023 at 10:21 PM

ନୂଆଦିଲ୍ଲୀ: ଶ୍ରୀ ଅନ୍ନ (ମିଲେଟସ)ର ଉତ୍ପାଦନ ଏବଂ ରପ୍ତାନୀରେ ଭାରତ ନିଜ ପୁରୁଣା ସ୍ଥିତିକୁ ଫେରିବା ଦିଗରେ ଆଗକୁ ବଢୁଛି । ଭାରତ ଦୁନିଆରେ ଶ୍ରୀ ଅନ୍ନର ସବୁଠୁ ଅଧିକ ଉତ୍ପାଦନକାରୀ ଦେଶ । ବ୍ୟବସାୟ ଏବଂ କାରବାର କ୍ଷେତ୍ରରେ ବି ଏହାର ଭାଗିଦାରୀ ବଢିବାରେ ଲାଗିଛି । ଶ୍ରୀ ଅନ୍ନ ରପ୍ତାନୀରେ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ ରପ୍ତାନକାରୀ ଦେଶ ।

ଭାରତର ପ୍ରସ୍ତାବ ପରେ ମିଳିତ ଜାତିସଂଘ ଯେବେଠୁ ୨୦୨୩କୁ ମିଲେଟ୍ ବର୍ଷ ଘୋଷଣା କରିଛି, ସେବେଠାରୁ ବିକଶିତ ଦେଶଗୁଡିକରେ ଭାରତର ଶ୍ରୀ ଅନ୍ନର ଚାହିଦା ବଢିଛି । ଆମେରିକା, ଜାପାନ, ଜର୍ମାନୀ ଏବଂ ସାଉଦି ପରି ଦେଶ ଭାରତରୁ ଶ୍ରୀ ଅନ୍ନକୁ ବଡ଼ ପରିମାଣରେ ଆମଦାନୀ କରିଛନ୍ତି । ଦିଲ୍ଲୀରେ ମାର୍ଚ୍ଚ ୧୮ରେ ଆୟୋଜିତ ଶ୍ରୀ ଅନ୍ନ ସମ୍ମିଳନୀରେ ଯୋଗ ଦେଇଥିବା ଶହେରୁ ଅଧିକ ପ୍ରତିନିଧି ମଧ୍ୟ ଭାରତ ବଢୁଥିବା ଶକ୍ତିକୁ ସ୍ୱୀକାର କରିଛନ୍ତି ।

ସେମାନଙ୍କ କହିବା ଅନୁସାରେ ଭାରତ ଶ୍ରୀ ଅନ୍ନର ପ୍ରମୁଖ କେନ୍ଦ୍ର ଅଟେ ଏବଂ ଏହା ବିଶ୍ୱର ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହୋଇପାରିବ । ଶ୍ରୀ ଅନ୍ନ ମାମଲାରେ ଭାରତର ଶକ୍ତି ଏଥିରୁ ଅନୁମାନ କରାଯାଇ ପାରିବ ଯେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ନଭେମ୍ୱର ମଧ୍ୟରେ କେବଳ ଆଠ ମାସରେ ହିଁ ୟୁଏଇ, ସାଉଦି ଆରବ, ନେପାଳ, ଆମେରିକା, ଜାପାନ, ଜର୍ମାନୀ, ବାଂଲାଦେଶ, ମିଶର ଏବଂ ଓମାନକୁ ଭାରତ ମୋଟ ଏକ ଲକ୍ଷ ଚାରି ହଜାରରୁ ଅଧିକ ଟନ ଶ୍ରୀ ଅନ୍ନ ରପ୍ତାନୀ କରିଛି । ଏହାର ମୂଲ୍ୟ ପ୍ରାୟ ୪୬.୦୫ ମିଲିୟନ ଡଲାର ରହିଛି ।

ଜାତିସଂଘରେ ଖାଦ୍ୟ ଏବଂ କୃଷି ସଂଗଠନ ଡାଟା ଅନୁସାରେ ଭାରତ ୨୦୨୧-୨୨ରେ ମୋଟ ୬୪.୨୮ ମିଲିୟନ ଡଲାର ଶ୍ରୀ ଅନ୍ନ ରପ୍ତାନୀ କରିଛି । ଏହା ପୂର୍ବରୁ ୨୦୨୦-୨୧ରେ ୫୯.୭୫ ମିଲିୟନ ଡଲାର ଟଙ୍କାର ରପ୍ତାନୀ ହୋଇଥିଲା । ଏସିଆରେ ଶ୍ରୀ ଅନ୍ନ ଉତ୍ପାଦନରେ ଭାରତର ଯୋଗଦାନ ୮୦ ପ୍ରତିଶତ ଅଟେ । ଗତ ପାଞ୍ଚ ବର୍ଷରେ ଭାରତ ୧୩୭.୧୦ରୁ ୧୮୦.୨୦ ଟନ ଯାଏ ମିଲେଟସ ଉତ୍ପାଦନ ହୋଇଥିଲା ।  

   Related Posts