ଏଲଏସିରେ ଚଳିବନି ଚୀନର ଚାଲ୍, ସୀମା ଜଗିଛି ଭାରତର ଆଡଭାନ୍ସ ଡ୍ରୋନ୍
12/12/2022 at 8:18 AM

ନୂଆଦିଲ୍ଲୀ, ୧୨/୧୨: ଚୀନର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିବାକୁ ଭାରତର ଯୋଜନା। ପୂର୍ବ ଲଦାଖ ଏବଂ ସିକ୍କିମ୍ ଅଞ୍ଚଳରେ ଆଡଭାନ୍ସ ଡ୍ରୋନ୍ ନିୟୋଜିତ କରିବା ପାଇଁ ଯୋଜନା କରୁଛି ଭାରତ।
ଭାରତ ଏବଂ ଚୀନ ମଧ୍ୟରେ ସଂପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଗଲଓ୍ବାନ ଘଟଣା ପରଠାରୁ ଅନେକ ଥର ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି। ସ୍ଥିତି ପୂର୍ବାପେକ୍ଷା ଭଲ ରହିଛି। କିନ୍ତୁ ସୀମା ସୁରକ୍ଷା ପାଇଁ ଭାରତ ଲଗାତାର ପଦକ୍ଷେପ ନେଉଛି।
ଏହିକ୍ରମରେ ଚୀନର ସବୁ ଗତିବିଧି ଉପରେ ନଜର ରଖିବା ପାଇଁ ଏଲଏସିରେ ଆଡଭାନ୍ସ ଡ୍ରୋନ୍ ନିୟୋଜିତ କରିବାକୁ ଯୋଜନା କରୁଛି ଭାରତ।କୁହାଯାଉଛି ଯେ ପୂର୍ବ ଲଦାଖରେ ଏହି ନୂଆ ଡ୍ରୋନ୍ ନିୟୋଜିତ କରାଯିବ। ଏହାର ବିଶେଷତା ଏହା ରହିଥାଏ ଯେ ଏହା ଦୁଇ ଦିନ ପର୍ଯ୍ୟନ୍ତ ଲଗାତାର ଗତିବିଧି ଉପରେ ନଜର ରଖିପାରେ।
ଏହି ଡ୍ରୋନ୍ କେବଳ ସୀମିତ ଇଲାକାରେ ନଜର ରଖିନଥାଏ ବରଂ ବଡ଼ ଭୂଭାଗ ଉପରେ ମଧ୍ୟ ନଜର ରଖିପାରେ। ଏହି ଡ୍ରୋନ୍ ସିକ୍କିମରେ ନିୟୋଜିତ କରାଯିବ। ଭବିଷ୍ୟତରେ ଏହି ଡ୍ରୋନକୁ ଅପଗ୍ରେଡ ମଧ୍ୟ କରାଯାଇପାରିବ। ଅର୍ଥାତ୍ ଏହାକୁ ସମୟ ଆସିଲେ ଆହୁରି ଅଧିକ ଶକ୍ତିଶାଳୀ କରାଯାଇପାରିବ।