scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନାମିବ୍ୟା ଓ ଦକ୍ଷିଣ ଆଫ୍ରିକା ପରେ ଏବେ ଭାରତକୁ ଉତ୍ତର ଆଫ୍ରିକାରୁ ଅଣାଯାଇପାରେ ଚିତା

27/09/2023 at 9:33 PM

ନୂଆଦିଲ୍ଲୀ ୨୭।୯: ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଅଣାଯାଇଥିବା ଚିତାବାଘଙ୍କ ଦେହରେ ଗ୍ରୀଷ୍ମ ଋତୁରେ ଶୀତରୁ ରକ୍ଷା କରିବା ପାଇଁ ଫର ବିକଶିତ ହେବା ଏବେ ଚିନ୍ତାର କାରଣ ପାଲଟିଛି। ଖାସ ଏହି କାରଣରୁ ଭାରତ ଏବେ ଉତ୍ତର ଆଫ୍ରିକାରୁ ଚିତା ବାଘ ଆଣିବାକୁ ବିଚାର କରୁଛି। ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ଚିତାଙ୍କୁ ଭାରତରେ ପାଳିବା ପାଇଁ ଯୋଜନା ଲାଗୁ କରିବା ପୂର୍ବରୁ ଏବେ ସାମ୍ନାକୁ ଆସୁଥିବା ସବୁଠୁ ବଡ଼ ଆହ୍ୱାନ ହେଉଛି କିଛି ଚିତାଙ୍କ ତ୍ୱଚାରେ ଭାରତୀୟ ଗ୍ରୀଷ୍ମ କାଳରେ ଆଫ୍ରିକୀୟ ଶୀତ ଋତୁ (ଜୁନ-ସେପ୍ଟେମ୍ବର) ପରି ଫର  ବିକଶିତ ହେଉଛି।

ଜନୈକ ବରିଷ୍ଠ ବନ ଅଧିକାରୀ କହିଛନ୍ତି ଯେ ଆଫ୍ରିକୀୟ ବିଶେଷଜ୍ଞ ମଧ୍ୟ ଏହା ଅନୁମାନ କରିନଥିଲେ। ଅଧିକାରୀ କହିଛନ୍ତି ଯେ ଚିତାଙ୍କ ଦେହରେ ବିକଶିତ ହେଉଥିବା ଫର ଭାରତରେ ଉଚ୍ଚତାପମାନ ଏବଂ ଆର୍ଦତାଯୁକ୍ତ ପାଗ ସମସ୍ୟା ସୃଷ୍ଟି କରିଛି। ଫଳରେ ସେମାନଙ୍କ ଦେହ କୁଣ୍ଡାଇ ହେଉଥିବା ବେଳେ ଏହାକୁ ଦୂର କରିବା ପାଇଁ ସେମାନଙ୍କ ଗଳାକୁ ମାଟି ଓ ଗଛର ଡାଳରେ ଘଷୁଥିଲେ। ଫଳରେ ସେମାନେ ଖଣ୍ଡିଆ ଖାବରା ହେଉଥିବା ବେଳେ ସେମାନଙ୍କ ଦେହରେ ଘା ସଂକ୍ରମିତ ହୋଇଯାଉଛି। ଏଣୁ ଚିତାଙ୍କ ମୃତ୍ୟୁ ହୋଇଛି।

ତେବେ ଚିତା ପ୍ରକଳ୍ପ ମୁଖ୍ୟ ତଥା ପରିବେଶ ମନ୍ତ୍ରାଳୟରେ ଅତିରିକ୍ତ ମହାନିର୍ଦ୍ଦେଶକ (ବନ) ଏସ.ପି.ଯାଦବ କହିଛନ୍ତି ଯେ ଉତ୍ତରଆଫ୍ରିକାରୁ ଚିତା ଆଣିବା ପାଇଁ ଚର୍ଚ୍ଚା  ହେଉଛି। ତେବେ ଚିତାଙ୍କ ଆଗାମୀ ଡେଲିଭରୀ ଦକ୍ଷିଣ ଆଫ୍ରିକାରୁ ହିଁ ଆସିବ। ସେ କହିଛନ୍ତି ଯେ ଭାରତ ଏପରି ଚିତାଙ୍କୁ ଦେଶକୁ ଆଣିବାକୁ ଚାହୁଁଛି ଯେଉଁମାନଙ୍କ ତ୍ୱଚାରେ ଘନ ଫର ବିକଶିତ ହେଉ ନଥିବ। କାରଣ ଫର ଯୋଗୁ ସେମାନଙ୍କ ଦେହ କୁଣ୍ଡାଇ ହେଉଥିବା ବେଳେ ସେମାନେ ଦେହକୁ ଖଣ୍ଡିଆ କରି ଦେଉଛନ୍ତି। ଯେଉଁଥି ପାଇଁ ସେମାନଙ୍କ ଦେହରେ ସଂକ୍ରମଣ ହେଉଥିବା ବେଳେ ଏପର୍ଯ୍ୟନ୍ତ ୩ଟି ଚିତାଙ୍କ ମୃତ୍ୟୁ ହେଲାଣି।

ମଣିପୁରରେ ସୁଧୁରୁନି ସ୍ଥିତି, ସାରା ରାଜ୍ୟକୁ ଘୋଷଣା କରାଗଲା ଅଶାନ୍ତ କ୍ଷେତ୍ର

   Related Posts