oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

‘ରୁଷଠୁ ଆମର ରକ୍ତ କିଣୁଛି ଭାରତ, ତେଲର ପ୍ରତିଟି ବୁନ୍ଦାରେ ମିଳିଛି ଲହୁ,’ ୟୁକ୍ରେନ ବୈଦୈଶିକ ମନ୍ତ୍ରୀଙ୍କ କଡା ବୟାନ

17/08/2022 at 8:18 PM

ନୂଆଦିଲ୍ଲୀ:  ରୁଷଠୁ ତେଲ କିଣିବା ନେଇ ୟୁକ୍ରେନ ଭାରତ ବିରୋଧରେ ବିଷୋଦଗାର କରିଛି। ୟୁକ୍ରେନ କହିଛି ରୁଷଠୁ ଅଶୋଧିତ ତୈଳ କିଣି ଭାରତ ୟୁକ୍ରେନର ରକ୍ତ କିଣୁଛି। ଉଲ୍ଲେଖନୀୟ ୟୁକ୍ରେନ ଉପରେ ରୁଷ ଚଳିତ ବର୍ଷ ଫେବୃଆରୀ ୨୪ରେ ଆକ୍ରମଣ କରିଥିଲା। ଏହା ପରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକ ରୁଷ ଉପରେ ଅନେକ କଡା କଟକଣା ଲଗାଇଛନ୍ତି। ମାତ୍ର ଭାରତ ପାଶ୍ଚାତ୍ୟ ଦେଶଗୁଡିକର ସମାଲୋଚନାକୁ ଭ୍ରୁକ୍ଷେପ ନକରି ରୁଷଠୁ ତେଲ କିଣିବା ଜାରି ରଖିଛି। ୟୁକ୍ରେନ ଯୁଦ୍ଧ ପରେ ଭାରତର ରୁଷଠୁ ତେଲ ଆମଦାନୀ ବଢିଛି। ଏହା ସହିତ କାରବାର ମଧ୍ୟ ଜାରି ରହିଛି।

ଏହି ପ୍ରସଙ୍ଗରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି, ଯେବେ ଭାରତ ଡିସକାଉଣ୍ଟରେ ରୁଷଠୁ ଅଶୋଧିତ ତେଲ କିଣୁଛି ତେବେ ତାକୁ ଏହା ବୁଝି ନେବାକୁ ହେବ ଯେ, ଏହି ଡିସକାଉଣ୍ଟର ଭରଣା ଅନ୍ୟ କୌଣସିଠୁ ନୁହେଁ ବରଂ ୟୁକ୍ରେନର ରକ୍ତରୁ ହେବ। ଭାରତକୁ ମିଳୁଥିବା ରୁଷ ତେଲର ପ୍ରତି ବ୍ୟାରେଲରେ ୟୁକ୍ରେନର ଲହୁ ମିଳିଛି। ଆମେ ଭାରତ ପାଇଁ ମିତ୍ର ରହି ଆସିଛୁ। ମୁଁ ଭାରତୀୟ ଛାତ୍ରଙ୍କୁ କାଢିବାରେ ବହୁତ ସମର୍ଥନ କରିଛି। ଆମକୁ ଭାରତଠୁ ବ୍ୟବହାରିକ ଭାବେ ଆହୁରି ସମର୍ଥନର ଆବଶ୍ୟକତା ଥିଲା। ହେଲେ ଭାରତ ରୁଷଠୁ ଶସ୍ତାରେ ତେଲ କିଣିବାରେ ଲାଗିଛି ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ୟୁକ୍ରେନକୁ ଭାରତଠୁ ଅଧିକ ବ୍ୟବହାରିକ ସମର୍ଥନର ଏବେ ମଧ୍ୟ ଆଶା ରହିଛି। ୟୁକ୍ରେନ ଭାରତର ଏକ ବିଶ୍ଵସନୀୟ ଭାଗିଦାରୀ ରହିଛି। ମାତ୍ର ରୁଷଠୁ ଅଶୋଧିତ ତୈଳ କିଣି ଭାରତ ପ୍ରକୃତରେ ୟୁକ୍ରେନୀ ରକ୍ତ କିଣୁଛି। ଭାରତକୁ ନେଇ ୟୁକ୍ରେନର ଏହି କଡା ଟିପ୍ପଣୀ ଏମିତି ସମୟରେ ଆସିଛି ଯେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିକଟରେ କହିଥିଲେ ଯେ, ତେଲ ଏବଂ ଗ୍ୟାସ୍‌କୁ କମ ଦରରେ କିଣିବା ସରକାରଙ୍କ ନିଜ  ଲୋକଙ୍କ ପ୍ରତି ନୈତିକ ଦାୟିତ୍ଵ ରହିଛି।

   Related Posts