ବିଶ୍ବରେ ସପ୍ତମ ସ୍ଥାନକୁ ଆସିଲା ଭାରତ : ଗତ ୨୪ ଘଣ୍ଟାରେ ୮ହଜାର ୩୯୨ ଜଣ ପଜିଟିଭ ଚିହ୍ନଟ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୧/୬: ବିଶ୍ବ କରୋନା ସଂକ୍ରମଣ ତାଲିକାରେ ଭାରତ ସପ୍ତମ ସ୍ଥାନରେ ପହଞ୍ଚିଯାଇଛି । ଦେଶରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧ଲକ୍ଷ ୯୦ହଜାର ୫ଶହ ୩୫ ପହଞ୍ଚିଯାଇଛି । ଗତ ୨୪ଘଣ୍ଟାରେ ୮ହଜାର ୩ଶହ ୯୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ଦେଶରେ ୨ଶହ ୩୦ ଜଣ ପ୍ରାଣ ହରାଇଛନ୍ତି ।

ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ହଜାର ୩ଶହ ୯୪ ଛୁଇଁଛି । ଏବେ ସୁଦ୍ଧା ୯୧ ହଜାର ୮ଶହ ୧୯ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ହଜାର ୩ଶହ ୨୨ ପହଞ୍ଚିଛି ।

ମହାରାଷ୍ଟ୍ର ସବୁଠୁ ବେଶୀ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ହଜାର ୪୦ ପହଞ୍ଚିଥିବା ବେଳେ ମୋଟ ୨ହଜାର ୨ଶହ ୮୬ଜଣଙ୍କର ମୃତ୍ୟୁ ହୋଇଛି । ଦ୍ବିତୀୟ ସ୍ଥାନରେ ଥିବା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୮ଶହ ୯୩ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.