Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଭାରତ-ଆୟର୍ଲାଣ୍ଡ ଦ୍ୱିତୀୟ ଟି୨୦, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ହାର୍ଦ୍ଦିକ

28/06/2022 at 8:51 AM

ଡବଲିନ,୨୮/୦୬: ମଙ୍ଗଳବାର ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ଜିତି ସାରିଛି । ଆଜିର ମ୍ୟାଚ୍ ବିଜୟ ସହ ସିରିଜ ମୂଳପୋଛ କରିବାକୁ ଭାରତୀୟ ଦଳ ପ୍ରୟାସ କରିବ । ଆୟର୍ଲାଣ୍ଡ ଲଢୁଆ ପ୍ରଦର୍ଶନ କରିଥିଲେ ହେଁ ଶକ୍ତିଶାଳୀ ଭାରତୀୟ ଦଳର ସମତୁଲ ହୋଇପାରି ନଥିଲା । ତଥାପି ଘରୋଇ ପିଚ୍‌ ଓ ସମର୍ଥକଙ୍କ ମଧ୍ୟରେ କଡ଼ା ଚ୍ୟାଲେଞ୍ଜ ଦେବାକୁ ଦଳ ପ୍ରୟାସ କରିବ ।

ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ ଜିତି ସାରିଥିବାରୁ ପାଗକୁ ନେଇ ଚିନ୍ତିତ ନୁହେଁ । ବ୍ୟାଟିଂ ବିଭାଗରେ କିଛି ପରିବର୍ତ୍ତନ ଆଶା କରାଯାଉଛି । ଋତୁରାଜ ଗାଏକୱାଡ୍‌ ଆହତ ହୋଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ କିମ୍ବା ରାହୁଲ ତ୍ରିପାଠୀଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ବୋଲିଂ ବିଭାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ପୂର୍ଣ୍ଣ ୨୦ ଓଭର ଖେଳ ସମ୍ଭବ ହେଲେ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କ ଅସଲ ଦକ୍ଷତା ନଜରକୁ ଆସିବ ।

ଆୟର୍ଲାଣ୍ଡ ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିଲେ ହେଁ କିଛି ଖେଳାଳି ପ୍ରଭାବିତ କରିଥିଲେ । ବିଶେଷ କରି ୨୨ ବର୍ଷିୟ ହ୍ୟାରୀ ଟେକ୍ଟର ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଦଳ ପାଇଁ ଲଢୁଆ ସ୍କୋର ପ୍ରସ୍ତୁତ କରିଥିଲେ । ମ୍ୟାଚ୍‌ ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଏକ ବ୍ୟାଟ୍‌ ଉପହାର ଦେଇ ଶୁଭେଚ୍ଛା ଜଣାଇଥିଲେ । ଟେକ୍ଟରଙ୍କୁ ସହଳ ଆଉଟ କରିବାକୁ ଭାରତୀୟ ବୋଲର ରଣନୀତି ପ୍ରସ୍ତୁତ କରିବେ ।

   Related Posts