AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଦିନିକିଆରେ ଶୁଭମାନଙ୍କ ପ୍ରଥମ ଶତକ, ଜିମ୍ବାଓ୍ଵେକୁ ୨୯୦ ରନ ଟାର୍ଗେଟ୍ ଦେଲା ଭାରତ

22/08/2022 at 4:24 PM

ହରାରେ: ଶୁଭମାନ ଗିଲ୍‌ଙ୍କ ଦମଦାର ଶତକ ବଳରେ ଭାରତ ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳା ଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ପ୍ରଭାବଶାଳୀ ସ୍କୋର କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍  ହରାଇ ୨୮୯ ରନ କରିଛି। ଶୁଭମାନ ଗିଲ୍ ଦିନିକିଆ ଅନ୍ତର୍ଜାତୀୟ ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ଗିଲ୍‌ଙ୍କ ୧୩୦ ରନର ଇନିଂସ ବଳରେ ଭାରତ ଏହି ସ୍କୋର କରି ପାରିଛି। ଇଶାନ କିଷନ ୫୦ ରନ କରିଥିବା ବେଳେ ଶିଖର ଧାଓ୍ଵନ ୪୦ ଏବଂ ଅଧିନାୟକ କେଏଲ ରାହୁଲ ୩୦ ରନ କରିଛନ୍ତି। ଜିମ୍ବାଓ୍ଵେ ପକ୍ଷରୁ ବ୍ରାଡ ଇଭାନ୍ସ ୫ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତକୁ ଦୁଇ ଓପନର ଶିଖର ଧାଓ୍ଵନ ଏବଂ ଅଧିନାୟକ କେଏଲ ରାହୁଲ ଭଲ ଆରମ୍ଭ ଦେଇଥିଲେ। ଉଭୟ ଓପନିଂରେ ୬୩ ରନ ଯୋଡିଥିଲେ। କେଏଲ ରାହୁଲ ୩୦ ରନ କରି ଆଉଟ୍ ହୋଇଥିଲେ। ପରେ ଶିଖର ଧାଓ୍ଵନ ୪୦ ରନର ଭଲ ବ୍ୟାଟିଂ କରି  ପାଭିଲିୟନ ଫେରିଥିଲେ। ଏହା ପରେ ଶୁଭମାନ ଗିଲ୍ ଏବଂ ଇଶାନ କିଷନ ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଚମତ୍କାର ଫର୍ମରେ ଥିବା ଗିଲ୍‌ କିଷନଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୧୪୦ ରନ ଯୋଡିଥିଲେ। ୨୨୪ ରନ ସ୍କୋରରେ ଇଶାନ କିଷନ ପାଭିଲିୟନ ଫେରିଥିଲେ। ସେ ୬୧ ବଲରୁ ୬ ଚୌକା ସହ ୫୦ ରନ କରି ପାଭିଲିୟନ ଫେରିଥିଲେ।

ଅନ୍ୟପଟେ ଗିଲ୍ ଦମଦାର ବ୍ୟାଟିଂ କରି ଦିନିକିଆ ଅନ୍ତର୍ଜାତୀୟରେ ପ୍ରଥମ ଶତକ ଅର୍ଜନ କରିଥିଲେ। ଗୋଟିଏ ପଟେ ଗିଲ୍ ଇନିଂସ ସମ୍ଭାଳିଥିବା ବେଳେ ଶେଷ ଆଡକୁ ଭାରତ ଦ୍ରୁତ ରନ ସଂଗ୍ରହ କରିବା ଚେଷ୍ଟାରେ ସଅଳ ଓ୍ଵିକେଟ୍  ହରାଇଥିଲା। ଦୀପକ  ହୁଡ୍ଡା(୧), ସଞ୍ଜୁ ସାମସନ(୧୫) ଏବଂ ଅକ୍ଷର ପଟେଲ୍(୧) ପାଭିଲିୟନ ଫେରିଥିଲେ। ଶେଷରେ ଭାରତ ୮ ଓ୍ଵିକେଟ୍  ହରାଇ ୨୮୯ ରନ କରିଥିଲା। ଶେଷ ଓଭରରେ ଗିଲ୍ ୧୩୦ ରନ ଚମତ୍କାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ୯୬ ବଲର ସମ୍ମୁଖୀନ ହୋଇ ଗିଲ୍ ୧୫ ଚୌକା ଏବଂ ୧ ଛକା ମାରିଛନ୍ତି। ଏକଦା ୪୨ ଓଭରରେ ୨ ଓ୍ଵିକେଟ୍  ହରାଇ ୨୨୪ ରନ କରିଥିବା ଭାରତ ୮ ଓଭରରେ ୬୫ ରନ କରି ୬ ଓ୍ଵିକେଟ୍ ହରାଇଥିଲା।

   Related Posts