ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ମୋଦୀ ଷ୍ଟାଡିୟମରେ ଗର୍ଜିଲା ଗିଲ୍‌ଙ୍କ ବ୍ୟାଟ୍, ଟି-୨୦ରେ ପ୍ରଥମ ଶତକ, ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଶାଳ ବିଜୟ ଲକ୍ଷ୍ୟ

1/02/2023 at 8:41 PM

ଅହମ୍ମଦାବାଦ: ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗର୍ଜିଲା ଶୁଭମନ ଗିଲ୍‌ଙ୍କ ବ୍ୟାଟ୍। କ୍ଵିଓ୍ଵି ବୋଲରଙ୍କୁ କଲେ ନିର୍ଘାତ ପ୍ରହାର। ହାସଲ କଲେ ଟି-୨୦ କ୍ୟାରିୟରରେ ପ୍ରଥମ ଶତକ। ପ୍ରଥମେ ବ୍ୟାଟିଂ କରି ଭାରତ ଶୁଭମନ ଗିଲ୍‌ଙ୍କ ୧୨୬ ରନର ବିସ୍ଫୋରକ ପାଳି ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୩୪ ରନର ବିଶାଳ ସ୍କୋର କରିଛି। ତାଙ୍କ ବ୍ୟତୀତ ରାହୁଲ ତ୍ରିପାଠୀ ୪୪ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଥିଲେ। ସିରିଜ୍ ଜିତିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୩୫ ରନର ବିଜୟ ଲକ୍ଷ୍ୟ ରହିଛି। ନିଜର ଏହି ଇନିଂସ ଜରିଆରେ ଗିଲ୍ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ ସର୍ବାଧିକ ରନ କରିଥିବା ଖେଳାଳି ହୋଇ ପାରିଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୭ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଇଶାନ କିଷନ(୧) ପାଭିଲିୟନ ଫେରିଥିଲେ। ଏହା ପରେ ଗିଲ୍ ଏବଂ ରାହୁଲ ତ୍ରିପାଠୀ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୦ ରନ ଯୋଡିଥିଲେ। ରାହୁଲ ତ୍ରିପାଠୀ  ଦ୍ରୁତ ବ୍ୟାଟିଂ କରି ମାତ୍ର ୨୨ ବଲ୍‌ରୁ ୪ ଚୌକା ଏବଂ ୩ ଛକା ସହ ୪୪ ରନ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ୧୩ ବଲ୍‌ରୁ ୨୪ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଶୁଭମାନ ଗିଲ୍ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ହାସଲ କରିଥିଲେ।

ସେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଏହି କ୍ରମରେ ନିଜର ଚମତ୍କାର ବ୍ୟାଟିଂ ଜାରି ରଖି ଗିଲ୍ ଟି-୨୦ ଅନ୍ତର୍ଜାତୀୟରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରି ଆଉଟ୍ ହୋଇଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୩ ରନ ଯୋଡିଥିଲେ। ଗିଲ୍ ବିସ୍ଫୋରକ ବ୍ୟାଟିଂ କରି ୬୩ ବଲ୍‌ରୁ ୧୨ ଚୌକା ଏବଂ ୭ ଛକା ସହ ୧୨୬ ରନ କରି ଅପରାଜିତ ଥିଲେ। ତାଙ୍କର ଶତକ ଦମରେ ଭାରତ ୪ ଓ୍ଵିକେଟ୍ ହରାଇ ୨୩୪ ରନ କରି ପାରିଛି।

   Related Posts