ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଦୀପକ ହୁଡ୍ଡାଙ୍କ ବିସ୍ଫୋରକ ଶତକ, ଆୟରଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

28/06/2022 at 10:45 PM

ଡବଲିନ:  ଦୀପକ ହୁଡ୍ଡାଙ୍କ ବିସ୍ଫୋରକ ଶତକ ଏବଂ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ବଳରେ ଭାରତ ଆୟରଲାଣ୍ଡ ବିପକ୍ଷ ଦ୍ଵିତୀୟ ଟି-୨୦ରେ ବିଶାଳ ସ୍କୋର କରିଛି। ନିର୍ଦ୍ଧାରିତ ଓଭରରେ ଭାରତ ୭ ଓ୍ଵିକେଟ୍ ହରାଇ ୨୨୭ ରନର ବିଶାଳ ସ୍କୋର କରିଛି ଭାରତ। ଦୀପକ ହୁଡ୍ଡା  ଟି-୨୦ କ୍ୟାରିୟରରେ ପ୍ରଥମ ଶତକ ଅର୍ଜନ କରିଛନ୍ତି। ସେ ୫୭ ବଲରୁ ୯ ଚୌକା ଏବଂ ୬ ଛକା ବଳରେ ୧୦୪ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ସଞ୍ଜୁ ସାମସନ ୪୨ ବଲରୁ ୯ ଚୌକା ଏବଂ ୪ ଛକା ସହାୟତାରେ ୭୭ ରନ କରିଛନ୍ତି। ଏହି  ମ୍ୟାଚ୍ ଜିତିଲେ ଭାରତ ସିରିଜ୍ ହାତେଇବ। ଅନ୍ୟପଟେ ସିରିଜ୍ ଡ୍ର ରଖିବାକୁ ହେଲେ ଆୟରଲାଣ୍ଡକୁ ୨୨୮ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ। ଏହା ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତର ଆରମ୍ଭ ନିରାଶଜନକ ରହିଥିଲା। ୧୩ ରନ ସ୍କୋରରେ ଇଶାନ କିଷନ(୩) ରନ କରିଥିଲେ। ଏହା ପରେ ସଞ୍ଜୁ ସାମସନ ଏବଂ ଦୀପକ ହୁଡ୍ଡା ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ଆୟରଲାଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସାମସନ ଏବଂ ଦୀପକ ଦ୍ଵିତୀୟ ଓ୍ଵିକେଟ୍‌ରେ ୧୬୬ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ସାମସନ ୪୨ ବଲରୁ ୯ ଚୌକା ଏବଂ ୪ ଛକା ସହାୟତାରେ ୭୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସୂର୍ଯ୍ୟକୁମାର ଯାଦବ ୫ ବଲରୁ ୧୫ ରନ କରିଥିଲେ।

ଅନ୍ୟପଟେ ଦୀପକ ବିସ୍ଫୋରକ ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଶତକ ପୂରଣ କରିଥିଲେ। ସେ ୫୭ ବଲରୁ ୯ ଚୌକା ଏବଂ ୬ ଛକା ବଳରେ ୧୦୪ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଏହା ପରେ ଦିନେଶ  କାର୍ତ୍ତିକ, ଅକ୍ଷର ପଟେଲ୍ ଏବଂ ହର୍ଷଲ ପଟେଲ୍ ଗୋଲ୍ଡେନ ଡକର ଶିକାର  ହୋଇଥିଲେ। ଶେଷ ଆଡକୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ କରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍  ହରାଇ ୨୨୭ ରନ କରିଥିଲା।

   Related Posts