ଗାଏକୱାଡ ଏବଂ ଇଶାନ କିଷନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦ. ଆଫ୍ରିକା ସାମ୍ନାରେ ୧୮୦ ରନ ଟାର୍ଗେଟ୍

Published By : Prameya-News7 Bureau | June 14, 2022 IST

ବିଶାଖାପଟନମ: ଦୁଇ ଓପନର ଋତୁରାଜ ଗାଏକୱାଡ ଏବଂ ଇଶାନ କିଷନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ବିଶାଳ ସ୍କୋର କରିବାରେ ବିଫଳ ହୋଇଛି । ବିଶାଖାପଟନମରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଅର୍ଥାତ ନିଜ ପାଇଁ କର ବା ମର ମୁକାବିଲାରେ ଭାରତ ୫ ୱିକେଟ୍ ହରାଇ ୧୭୯ ରନ କରିଛି । ଋତୁରାଜ ୫୭ ରନ ଏବଂ ଇଶାନ କିଷନ ୫୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି । ଦୁଇ ଓପନର ୧୦ ଓଭରରେ ୯୫ ରନ ଯୋଡିଥିଲେ । କର ବା ମର ମୁକାବିଲାକୁ ଜିତିବା ପାଇଁ ହେଲେ ଭାରତକୁ ୧୭୯ ରନ ଭିତରେ ଭ୍ରମଣକାରୀ ଦଳକୁ ରୋକିବାକୁ ପଡିବ ।

କ୍ରମାଗତ ତୃତୀୟ ଥର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆଜିର ମ୍ୟାଚରେ ଓପନିଂ ଯୋଡି ଦମଦାର ଆରମ୍ଭ ଦେଇଥିଲେ । ଋତୁରାଜ ଏବଂ ଇଶାନ କିଷନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟସମ୍ୟାନ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଦୁଇ ଓପନର ୧୦ ଓଭରରେ ୯୭ ରନ ଯୋଡି ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ । ଗାଏକୱାଡ ୩୫ ବଲରୁ ୭ ଚୌକା ଏବଂ ୨ ଛକା ବଳରେ ୫୭ ରନ କରିଥିଲେ । ପରେ ଇଶାନ କିଷନ ସମାନ ୩୫ ବଲରୁ ୫ ଚୌକା ଏବଂ ୨ ଛକା ସହ ୫୪ ରନ କରି ଆଉଟ୍ ହୋଇଥିଲେ ।

ଦୁଇ ଓପନର ଆଉଟ୍ ପରେ ଭାରତର ରନ ଗତି ଧିମେଇ ଯାଇଥିଲା । ଶ୍ରେୟସ ଆୟର ୧୪ ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ଋଷଭ ପନ୍ତ ପୁଣି ଥରେ ନିରାଶ କରିଥିଲେ । ଫିନିସର ଦିନେଶ କାର୍ତ୍ତିକ ଆଜି ଫେଲ୍ ମାରିଥିଲେ । ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୧ ରନ କରିଥିଲେ । ଫଳରେ ଭାରତ ୫ ୱିକେଟ୍ ହରାଇ ୧୭୯ ରନ କରିଛି । ଏକଦା ୧୩ ଓଭରରେ ୧୨୮ ରନ କରିଥିବା ଭାରତ ଶେଷ ୭ ଓଭରରୁ ମାତ୍ର ୫୧ ରନ କରିପାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.