Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

Ind Vs Aus 2nd ODI: ମିଚେଲ୍ ଷ୍ଟାର୍କଙ୍କ ସାମ୍ନାରେ ବ୍ୟାଟରଙ୍କ ଆତ୍ମ ସମର୍ପଣ, ୧୧୭ ରନରେ ଅଲଆଉଟ୍ ଭାରତ

19/03/2023 at 3:55 PM

ବିଶାଖାପଟନମ: ବିଶାଖାପଟନମର ପିଚ୍ ପଢି ପାରିଲେ ନାହିଁ ଭାରତୀୟ ବ୍ୟାଟର। ଜଣେ ପରେ ଜଣେ  ଆସିଲେ  ହାଜିରା ଦେଇ ପାଭିଲିୟନ ଫେରିଲେ। ଅଷ୍ଟ୍ରେଲିଆ ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ଆଗରେ କଲେ ଆତ୍ମ ସମର୍ପଣ। ଦ୍ଵିତୀୟ ଦିନିକିଆ ବ୍ୟାଟରଙ୍କ ଦୟନୀୟ ପ୍ରଦର୍ଶନ ଯୋଗୁଁ ଭାରତ ୨୬ ଓଭରରେ ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଛି। ବିରାଟ କୋହଲି(୩୧) ଏବଂ ଅକ୍ଷର ପଟେଲ୍‌(୨୯*)ଙ୍କୁ ବାଦ୍ ଦେଲେ ବାକି ସମସ୍ତ ବ୍ୟାଟର କଙ୍ଗାରୁ ବୋଲରଙ୍କ ସାମ୍ନାରେ ଅସହାୟ ନଜର ଆସିଛନ୍ତି। ମିଚେଲ୍ ଷ୍ଟାର୍କ ୫ ଓ୍ଵିକେଟ୍ ନେଇ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ବେଳେ ମଧ୍ୟକ୍ରମରେ ସିନ୍ ଆବଟ୍ ୩ ଓ୍ଵିକେଟ୍ ନେଇ ତାଙ୍କୁ ଉତ୍ତମ ସହଯୋଗ ଦେଇଛନ୍ତି। ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ପାଇଁ ରହିଛି ୧୧୮ ରନର ସହଜ ବିଜୟ ଲକ୍ଷ୍ୟ। ଏହା ପୂର୍ବରୁ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିବା ଭାରତ କେବେ ଭାବିନଥିବ ଯେ, ଦଳର ସ୍ଥିତି ଏମିତି ହେବ। ୩ ରନ ସ୍କୋରରେ ଶୁଭମନ ଗିଲ୍ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲି ୨ୟ ଓ୍ଵିକେଟ୍‌ ପାଇଁ ୨୯ ରନ ଯୋଡିଥିଲେ। ତେବେ ରୋହିତ ଶର୍ମା ୧୩ ରନ କରି ପାଭିଲିୟନ ଫେରିଥିଲେ। ଏହା ପରଠୁ ଭାରତ ଏମିତି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଲା ଯେ, ଦଳ ଆଉ ନିଜକୁ ସମ୍ଭାଳି ପାରିନଥିଲା। ଭାରତର ଇନିଂସ ତାସ ପତା ପରି ଭୁଶୁଡି ପଡିଥିଲା। ମଧ୍ୟ କ୍ରମରେ ବିରାଟ କୋହଲିଙ୍କୁ କିଛି ସମୟ ବାଦ୍  ଦେଲେ ବାକି ବ୍ୟାଟର ମିଚେଲ୍ ଷ୍ଟାର୍କଙ୍କ ଘାତକ ବୋଲିଂର ମୁକାବିଲା କରି ପାରିନଥିଲେ। ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ଦିନିକିଆରେ ନିଜର ଖରାପ ପ୍ରଦର୍ଶନ ଜାରି ରଖି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ପ୍ରଥମ ଦିନିକିଆ ପରି ଦ୍ଵିତୀୟ ମ୍ୟାଚ୍‌ରେ ବି ସେ ମିଚେଲ୍ ଷ୍ଟାର୍କଙ୍କ ବଲ୍‌ରେ ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି। ବିରାଟ କୋହଲି ୩୧ ରନ କରି ଆଉଟ୍ ହୋଇଥିଲେ।

ଗତ ମ୍ୟାଚ୍‌ର  ହିରୋ କେଏଲ ରାହୁଲ(୯) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧) କିଛି ଖାସ୍ କରି ପାରିନଥିଲେ। ପ୍ରଥମ ଦିନିକିଆରେ ଭାରତର ବିଜୟରେ ବିନ୍ଧାଣି ସାଜିଥିବା ରବୀନ୍ଦ୍ର ଜାଡେଜା(୧୬) କ୍ରିଜରେ ଜମି ଆସୁଥିଲେ ମଧ୍ୟ ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ୍ ନିମ୍ନ ଭାଗରେ ୨୯ ରନର ଅପରାଜିତ ଇନିଂସ ଖେଳିବାରୁ ଭାରତ ୧୧୭ ରନ ସ୍କୋରରେ ପହଞ୍ଚି ପାରିଥିଲା। କୁଲଦୀପ ଯାଦବ((୪), ମହମ୍ମଦ ଶାମି(୦) ଏବଂ ମହମ୍ମଦ ସିରାଜ(୦)  ରନ କରି ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୮ ଓଭରରେ ୫୩ ରନ ଦେଇ ୫ ସଫଳତା ହାସଲ କରିଛନ୍ତି।ସିନ୍ ଆବୋଟ୍ ୬ ଓଭରରେ ୨୩ ରନ ଦେଇ ୩ ଏବଂ ନାଥନ ଏଲିସ୍ ୧୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।

   Related Posts