ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଇଣ୍ଡିଆ-ଇଣ୍ଡିଜ ଚତୁର୍ଥ ଟି୨୦ : ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ରୋହିତ

6/08/2022 at 8:51 AM

ଫ୍ଲୋରିଡା, ୦୬/୦୮: ଶନିବାର ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚତୁର୍ଥ ଟି-ଟ୍ୱେଣ୍ଟି ଖେଳାଯିବ । ଆମେରିକାର ଫ୍ଲୋରିଡା ସହରରେ ଶେଷ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ପ୍ରଥମ ୩ଟି ମ୍ୟାଚ ଶେଷ ସୁଦ୍ଧା ଭାରତ ୨-୧ରେ ଅଗ୍ରଣୀ ହାସଲ କରିଛି । ମ୍ୟାଚ୍ ବିଜୟ ସହ ଭାରତ ସିରିଜ ହାତେଇବାକୁ ପ୍ରୟାସ କରିବ । ଅନ୍ୟ ପଟରେ ଦେଖିବାକୁ ଗଲେ ସିରିଜକୁ ଫେରିବା ପାଇଁ ୱେଷ୍ଟ ଇଣ୍ଡିଜ୍‌ ନିକଟରେ ଶେଷ ସୁଯୋଗ ରହିଛି ।

ଭାରତୀୟ ଦଳର ପଲା ଭାରି ରହିବା ସ୍ୱାଭାବିକ । ୱେଷ୍ଟ ଇଣ୍ଡିଜ୍‌ର ଦୁର୍ଦ୍ଦର୍ଷ ବ୍ୟାଟରମାନେ ଦଳରେ ନାହାନ୍ତି । ସେମାନଙ୍କ ସ୍ଥାନରେ ଯୁବ ଖେଳାଳିମାନେ ଦକ୍ଷତା ପ୍ରମାଣିତ କରିବାକୁ ସଂଘର୍ଷ ଚଳାଇଛନ୍ତି । କେଲଇ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍‌ ଇତି ମଧ୍ୟରେ ବଡ ଇନିଂସ ଖେଳିବାରେ ସଫଳ ହୋଇଛନ୍ତି । ନିକୋଲାସ ପୂରନଙ୍କ ବିଫଳତା ଦଳ ପାଇଁ ଚିନ୍ତାର କାରଣ ହୋଇଛି ।

ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରୁଛି । ବିଶେଷ କରି ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ବଢାଇ ଦେଇଛି । ବୋଲିଂ ବିଭାଗ ବେଶ୍‌ ସନ୍ତୁଳିତ ରହିଛି । ତେଣୁ ଭାରତ ପାଇଁ ଆଉ ଏକ ବିଜୟ ସହଜ ହେବ ।

ତୃତୀୟ ମ୍ୟାଚ୍‌ରେ ରୋହିତ ଶର୍ମା ଆହତ ହୋଇଥିଲେ । ଚତୁର୍ଥ ମ୍ୟାଚ୍‌ ପୂର୍ବରୁ ୨ଦିନ ବିଶ୍ରାମ ମିଳିଥିବାରୁ ରୋହିତ ସୁସ୍ଥ ହୋଇଥିବା ଟିମ୍‌ ମ୍ୟାନେଜମେଣ୍ଟ ଘୋଷଣା କରିସାରିଛି । ଫଳରେ ଆଜିର ମ୍ୟାଚ୍‌ରେ ତାଙ୍କ ଖେଳିବା ସମ୍ଭାବନା ରହିଛି ।

ୱେଷ୍ଟ ଇଣ୍ଡିଜ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ । ବୋଲିଂ ଅଲ୍‌ରାଉଣ୍ଡର ଡୋମିନିକ ଡ୍ରେକ୍ସଙ୍କୁ ଖେଳିବାର ସୁଯୋଗ ମିଳିବା ଆଶା କରାଯାଉଛି । ଓଡିନ ସ୍ମିଥ୍‌ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିବେ । ଫଳରେ ୱିକେଟ୍‌ କିପର ଡେଭନ ଥୋମାସ ଏକାଦଶରୁ ବାଦ ପଡ଼ିବେ ଓ ନିକୋଲାସ ପୂରନ ୱିକେଟ୍‌ କିପର ଦାୟିତ୍ୱ ତୁଲାଇବେ ।

   Related Posts